ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୀନ ସମେତ ୬ ଦେଶ ଉପରେ ଲାଗିଲା କୋଭିଡ୍ କଟକଣା, ଭାରତକୁ ଆସୁଥିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କୋଭିଡ ମହାମାରୀର ଏକ ନୂଆ ୱେଭ ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧ ରୁ ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର  ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଗୁରୁବାର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାନୁଆରୀ ୧ ତାରିଖରୁ ଚୀନ୍, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡି ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ସ୍ଥାନରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନରେ ଯିବା ପୂର୍ବରୁ ଏୟାର ସୁଭିଦା ପୋର୍ଟାଲରେ ଆରଟି- ପିସିାରର ନେଟେଟିଭ୍ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ। ଏହି କୋଭିଡ ପରୀକ୍ଷାଟି ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ। ବର୍ତ୍ତମାନ ଭାରତରେ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦରରେ ରାଣ୍ଡମ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଯାତ୍ରୀମାନେ ବିମାନରେ ଯିବା ପୂର୍ବରୁ ଆରଟି- ପିସିଆର ରିପୋର୍ଟ ଦାଖଲ କରିବା ଆବଶ୍ୟକ।

Leave A Reply

Your email address will not be published.