ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ରାହୁଲ ଗାନ୍ଧୀଙ୍କୁ ମନାଇବାକୁ ଜାରି ରହିଛି ଚେଷ୍ଟା, ଦଳର ପ୍ରଥମ ପସନ୍ଦ ରାହୁଲ

ନୂଆଦିଲ୍ଲୀ :  କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ।ଦିପାବଳୀ ପୂର୍ବରୁ ଜଣାପଡିବ କିଏ ହେବ କଂଗ୍ରେସର ନୂଆ ଅଧ୍ୟକ୍ଷ।ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି । ୨୨ ସେପ୍ଟେମ୍ବରରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ ଏବଂ ୩୦ରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି। ତେବେ କଂଗ୍ରେସ ସଭାପତି ପଦ ପାଇଁ ଆଗାମୀ ନିର୍ବାଚନରେ ​​ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ଵକୁ ନେଇ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ଅନେକ ଦଳର ନେତା ନିଶ୍ଚିତ ଅଛନ୍ତି ଯେ ଅକ୍ଟୋବରରେ ହେବାକୁ ଥିବା ଏହି ନିର୍ବାଚନରେ ​​ରାହୁଲ ଗାନ୍ଧି ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ନେତାମାନେ ଆଶା ରଖିଛନ୍ତି ଯେ ରାହୁଲ ଗାନ୍ଧି ନିଶ୍ଚିତ ଭାବରେ ସେମାନଙ୍କ ଅନୁରୋଧ ଗ୍ରହଣ କରିବେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀ ବିଦେଶ ଗସ୍ତରୁ ଭାରତ ଫେରିଛନ୍ତି ଏବଂ ଦଳର ନେତାମାନେ ତାଙ୍କୁ କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିପାରନ୍ତି। ୨୦୧୯ ରେ ଲୋକସଭା ନିର୍ବାଚନ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ଗାନ୍ଧୀ ପରିବାରର କେହି ଦଳର ନେତୃତ୍ୱ ନେବେ ନାହିଁ ବୋଲି କୁହାଯାଇଥିଲା । ସେପଟେ ପାର୍ଟିରେ ଆଲୋଚନା ହେଉଛି ଯେ ରାହୁଲ ଗାନ୍ଧୀ ସଭାପତି ପଦ ଗ୍ରହଣ କରିବେ ନାହିଁ । ଏଥି ସହିତ, ତାଙ୍କ ନିକଟସ୍ଥ ବ୍ୟକ୍ତି ଏହାକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିବାକୁ ମନା କରିଦେଇଛନ୍ତି । “ଦଳ ପାଇଁ ଏହା ଏକମାତ୍ର ଭଲ ସମାଧାନ ହୋଇଥିବାରୁ ତାଙ୍କୁ ମନାଇବା ପାଇଁ ପ୍ରୟାସ କରାଯାଉଛି । ସେମାନଙ୍କର ସମ୍ମତିକୁ ଅସ୍ୱୀକାର କରାଯାଇପାରିବ ନାହିଁ, କିନ୍ତୁ ମୁଦ୍ରାସ୍ଫୀତି ବିରୋଧରେ ଦିଲ୍ଲୀରେ କିପରି ରାଲି କରାଯିବ ଏବଂ ତା’ପରେ ରବିବାର ଦିନ ଭାରତ ଜୋଡୋ ଯାତ୍ରା ଉପରେ ଅନେକ କିଛି ନିର୍ଭର କରିବ । ଏହାପୂର୍ବରୁ ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାରର ବିକଳ୍ପ ଥିବା ରାଜସ୍ଥାନ ସିଏମ ଅଶୋକ ଗେହଲୋଟଙ୍କ ପରି ବରିଷ୍ଠ ନେତାମାନେ କହିଛନ୍ତି ଯେ ରାହୁଲଙ୍କୁ ମନାଇବା ପାଇଁ ଉଦ୍ୟମ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ରହିବ ।

ସେପଟେ  କଂଗ୍ରେସର ଅଧ୍ୟକ୍ଷ ପଦକୁ ପାଇଁ ରାହୁଲ ଗାନ୍ଧୀ ହିଁ ପ୍ରଥମ ପସନ୍ଦ ବୋଲି କିଛି ବରିଷ୍ଠ ନେଥା ମତବ୍ୟକ୍ତ କରୁଛନ୍ତି। ସଭାପତି ନିର୍ବାଚନ ପାଇଁ ମତଦାନ ତାରିଖ ଘୋଷଣା ପରେ  ଦଳର ବରିଷ୍ଠ ନେତା ହରିଶ ରାୱତ କହିଥିଲେ ଯେ ରାହୁଲ ଗାନ୍ଧୀ ଶୀଘ୍ର କଂଗ୍ରେସ ସଭାପତି ହେବେ। ସେ କହିଥିଲେ ଯେ, ଖୁବ୍ ଶୀଘ୍ର ରାହୁଲଜୀ କଂଗ୍ରେସର ସଭାପତି ହେବେ। ଦଳର ସମସ୍ତ କର୍ମୀ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନୁରୋଧ କରିଛୁ।

ଗତ କିଛି ଦିନ ହେବ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାହୁଲଙ୍କୁ ସମର୍ଥନ କରି ଗତ କିଛି ଦିନ ହେବ ଏହି କଥା କହିଆସୁଛନ୍ତି। ଖଡ଼ଗେ  କହିଛନ୍ତି, ସମସ୍ତ କଂଗ୍ରେସ କର୍ମୀଙ୍କ ସହ ମୋର ବ୍ୟକ୍ତିଗତ ମତ ହେଉଛି ରାହୁଲ ଗାନ୍ଧୀ ଆଗକୁ ଯାଇ କଂଗ୍ରେସ ସଭାପତି ହେବା ଉଚିତ୍ । ସେ ଏକଜୁଟ ହୋଇ କଂଗ୍ରେସ ଦଳକୁ ମଜବୁତ କରିପାରିବେ । ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବାପାଇଁ ବାଧ୍ୟ କରାଯିବ। ଦଳର ନେତୃତ୍ବ ନେବାପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି। ଯେଭଳି ଭାବେ ସୋନିଆଙ୍କୁ ଦଳର ସଭାପତି ପଦରେ ରହିବା ପାଇଁ ବାଧ୍ୟ କରାଯାଇଥିଲା ଠିକ୍‌ ସେମିତି ରାହୁଲଙ୍କୁ ମଧ୍ୟ ବାଧ୍ୟ କରାଯିବ ବୋଲି ଖଡ଼ଗେ କହିଛନ୍ତି।

ଅନ୍ୟପଟେ ଯଦି ଏକରୁ ଅଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି, ତେବେ ଅଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ଯଦି ଏକରୁ ଅଧିକ ନାମାଙ୍କନ ଦାଖଲ ହେଉଛି ତେବେ ଆସନ୍ତା ୧୭ ତାରିଖରେ ମତଦାନ ହେବ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ବିଜେପି କ୍ରମାଗତ ଭାବେ କଂଗ୍ରେସ ଉପରେ ଆକ୍ରମଣ କରୁଛି। ଏହାର ଜବାବରେ ଗତକାଲି କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି ଯେ କଂଗ୍ରେସ  ଦେଶର ଏକମାତ୍ର ଦଳ ଯାହାର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ସେ ଜୋର ଦେଇ କହିଛନ୍ତି କି ଅଧ୍ୟକ୍ଷ ନିର୍ବାଚନରେ ନିୟମ ଅନୁଯାୟୀ ହେବ। ସମସ୍ତଙ୍କୁ ସନ୍ତୁଷ୍ଟ ହେବ ଜରୁରୀ। କାରଣ କୌଣସି ରାଜନୈତିକ ଦଳର ଅଧ୍ୟକ୍ଷ ପାଇଁ ନିର୍ବାଚନ ହୋଇନଥାଏ। କେହି କେବେ ଜେପି ନଡ୍ଡାଙ୍କ ସମୟରେ ନିର୍ବାଚନ ହୋଇଥିବା ନେଇ ଶୁଣିଛନ୍ତି କି। କେହି ଅମିତ ଶାହାଙ୍କୁ ଅଧ୍ୟକ୍ଷ ହେବା ପୂର୍ବରୁ ନିର୍ବାଚନ ହୋଇଥିବା ନେଇ ଶୁଣିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.