ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଉ ଦୁଇ ନୂଆ ଜିଲ୍ଲା ସହ ୩୧ରେ ପହଞ୍ଚିଲା ଛତିଶଗଡ଼ର ଜିଲ୍ଲା ସଂଖ୍ୟା

ବରଗଡ଼ : ଛତିଶଗଡ଼ ରାଜ୍ୟରେ ଆଜି ଆଉ ଦୁଇଟି ଜିଲ୍ଲା ସାମିଲ ହେବା ଫଳରେ ଛତିଶଗଡ଼ର ଜିଲ୍ଲା ସଂଖ୍ୟା ୩୧ରେ ପହଞ୍ଚିଛି । ବରଗଡ଼ ଜିଲ୍ଲା ସୀମାନ୍ତରେ ଲାଗିଥିବା ଛତିଶଗଡ଼ର ନୂତନ ଜିଲ୍ଲା ରୂପେ ସାରଙ୍ଗଗଡ଼ ବିଲାଇଗଡ଼ ଜିଲ୍ଲା ଆଜି ଠାରୁ ଅସ୍ତିତ୍ୱକୁ ଆସିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି ଛତିଶଗଡ଼ର ତିରିଶତମ ଜିଲ୍ଲାରୂପେ ସାରଙ୍ଗଗଡ଼ ଠାରେ ‘ସାରଙ୍ଗଗଡ଼-ବିଲେଇଗଡ଼’ ଜିଲ୍ଲାର ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ସମାରୋହରେ ବରଗଡ଼ ଜିଲ୍ଲାର ବହୁ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ । ‘ସାରଙ୍ଗଗଡ଼-ବିଲେଇଗଡ଼’ ଉଦ୍‌ଘାଟନ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଅପରାହ୍ନରେ ୩୧ ତମ ଜିଲ୍ଲାରୂପେ ‘ଖୈରାଗଡ଼-ଛୁଇଖଦାନ-ଗଣ୍ଡାଇ’ ଜିଲ୍ଲାର ଉଦ୍‌ଘାଟନ କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ ଛତିଶଗଡ ରାଜ୍ୟ ଗଠନ ସମୟରେ ମୋଟ ଜିଲ୍ଲା ସଂଖ୍ୟା ୧୬ ଥିଲା । ତେବେ ରାଜ୍ୟ ଗଠନର କିଛି ସମୟ ପୂର୍ବରୁ ଧମତରୀ ଏବଂ ମହାସମୁନ୍ଦକୁ ରାୟପୁର ଜିଲ୍ଲାଠାରୁ ପୃଥକ କରି ନୂତନ ଜିଲ୍ଲା ଗଠନ କରାଯାଇଥିଲା । ତତ୍କାଳୀନ ବିଜେପି ସରକାର ତାଙ୍କ ୧୫ ବର୍ଷରେ ୧୧ ଟି ନୂତନ ଜିଲ୍ଲା ଗଠନ କରିଥିଲେ । ବର୍ତମାନର କଂଗ୍ରେସ ସରକାର ଆଉ ଚାରୋଟି ଜିଲ୍ଲା ଗଠନ କରିଥିବାରୁ ଆଜି ଠାରୁ ଛତିଶଗଡ଼ର ଜିଲ୍ଲା ସଂଖ୍ୟା ୩୧ରେ ପହଞ୍ଚିଛି । ଆଜି ସାରଙ୍ଗଗଡ଼ ଠାରେ ଅନୁଷ୍ଠିତ ଜିଲ୍ଲା ଗଠନ ଉତ୍ସବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୩୦ ତମ ଜିଲ୍ଲାରୂପେ ‘ସାରଙ୍ଗଗଡ଼-ବିଲେଇଗଡ଼’ ଜିଲ୍ଲାର ଆନୁଷ୍ଠାନିକ ଘୋଷଣା ସହ ୫୪୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଦୂରତା ହ୍ରାସ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ୬ ଟି ନୂତନ ଜିଲ୍ଲା ଗଠନ କରାଯାଇଛି । ଏତଦ୍ୱାରା ଜନସାଧାରଣଙ୍କୁ ବହୁତ ସୁବିଧା ଦେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଗେଲ କହିଥିଲେ ଯେ ସାରଙ୍ଗଗଡ଼ ଆରମ୍ଭରୁ ମାନବ ସଭ୍ୟତାର କେନ୍ଦ୍ର ରହିଥିଲା ଏବଂ ଏଠାରେ ବହୁ ଶକ୍ତିପୀଠ ରହିଛି । ସାରଙ୍ଗଗଡ଼ଫର ଦଶହରା ପର୍ବ ବସ୍ତର ଦଶହରା ପର୍ବ ପରି ପ୍ରଶିଦ୍ଧି ଲାଭ କରିଛି ।ଏଣୁ ପାର୍ବଣର ଠିକ ପୂର୍ବରୁ ଜନସାଧାରଣଙ୍କୁ ସେ ଏହି ଭେଟି ଦେବା ସହ ଅଭିନନ୍ଦନ ଜଣାଇଥିଲେ । ଖୁବଶୀଘ୍ର ସାରଙ୍ଗଗଡ଼ରେ ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟ ଖୋଲିବ ବୋଲି ସେ ଘୋଷଣା କରିଥିଲେ ।

Leave A Reply

Your email address will not be published.