କ୍ୟାପଟେନ ଅମରିନ୍ଦର ସିଂ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ଭାବେ ଯୋଗ ଦେବେ ବର୍ତ୍ତମାନ ରାଜ୍ୟପାଳ ଥିବା ଭଗତ୍‌ ସିଂ କୋଶିଆରୀ ନିଜ ପଦବୀରୁ ଓହରିଯିବାକୁ ପ୍ରସ୍ତୁତ ରହିଥିବା ଏବଂ ଏଥିନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଇଛା ବ୍ୟକ୍ତ କରିସାରିଛନ୍ତି। ଏହାପରେ ବିଜେପି କ୍ୟାପଟେନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାପଟେନ ଅମରିନ୍ଦରଙ୍କ ଉତ୍ତମ ବୁଝାମଣା ରହିଛି। ବିଗତ ଦିନରେ ପଞ୍ଜାବ କଂଗ୍ରେସରେ ତାଙ୍କୁ ନେଇ ବାଦବିବାଦ ଦେଖାଯିବା ପରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥÒଲେ।

Leave a comment