ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ପିଟିପିଟି ହତ୍ୟା ଅଭିଯୋଗ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର : ଭଦ୍ରକର ଧାମନଗର ଅଂଚଳରେ ଭୟଙ୍କର ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ଗତକାଲି ରାତିରେ ଦଳାଙ୍ଗ ପଂଚାୟତର ଜାହାଙ୍ଗିରି ଅଂଚଳରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ପ୍ରତାପ ଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।ବିଜେପି କର୍ମୀ ଙ୍କ ଆକ୍ରମଣ ରେ ବିଜେଡି କର୍ମୀ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ଓ ବିଜେଡି। ପୋଲିସ ମଧ୍ଯ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରାକ୍ତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ଉପସ୍ଥିତି ରେ ବିଜେପି କର୍ମୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ଓ ବିଜେଡି । ଏଥିରେ ସମ୍ପୃକ୍ତ ଥିବା ବିଜେପି ନେତା ମନମୋହନ ସାମଲ ଙ୍କୁ ଗିରଫ କରିବା ପାଇଁ ଦାବୀ କରିଛି ବିଜେଡି।

ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ହତ୍ୟା ଅଭିଯୋଗ ହୋଇଛି। ତେଣୁ ସଂପୃକ୍ତ ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛି ବିଜେଡି । ଏନେଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ସାଂସଦ ମଞ୍ଜୁଲତା ମଣ୍ଡଳ ଆଣିଛନ୍ତି ଅଭିଯୋଗ ।ଏହି ଘଟଣା ପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ପ୍ରତାପଙ୍କୁ କେତେକ ବିଜେପି ନେତା ହତ୍ୟା କରିଥିବା ଅଭିଯୋଗ ଆଣିଛି । ତେବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାଏ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ତେବେ ହତ୍ୟାକାଣ୍ଡ ସମୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉପସ୍ଥିତ ଥିବା ବିଜେଡି କହିଛି । ତେବେ ମନମୋହନଙ୍କ ଗିରଫ ଦାବି କରିଛି ବିଜେଡି । ତେବେ ମନମୋହନଙ୍କ ସମ୍ପୃକ୍ତି ନେଇ ଭିଡ଼ିଓ ଓ ପ୍ରମାଣ ପୁଲିସକୁ ଦିଆଯିବ ବୋଲି କହିଛନ୍ତି ବ୍ୟୋମକେଶ ରାୟ ।

ଅନ୍ୟପଟେ ଭଦ୍ରକ ଧାମନଗର ଠାରେ ବିଜେଡି କର୍ମୀଙ୍କୁ ହତ୍ୟା ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲା ବିଜେଡି। ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।ଚଳିତ ନିର୍ବାଚନରେ ଏହା ପ୍ରଥମ ହତ୍ୟା ଘଟଣା। ତୁରନ୍ତ ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବିପତ୍ର ଦେଇଛି ବିଜେଡିର ପ୍ରତିନିଧି ଦଳ।

Leave A Reply

Your email address will not be published.