ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ସବ୍-କଲେକ୍ଟର ଓ ତହସିଲ କାର୍ଯ୍ୟାଳୟ ୫ ଦିନ ପାଇଁ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସର କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉଭୟ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ସମୟ ମଧ୍ୟରେ କୌଣିସ ବ୍ୟକ୍ତି ଅଫିସ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ନୋଟିସ୍ ଜାରି ହୋଇଛି । ଆଜିଠୁ ୨୧ ତାରିଖ ଯାଏଁ ଉଭୟ ଅଫିସ୍ ବନ୍ଦ ରହିବ।

ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଏହି ଦୁଇ କାର୍ଯ୍ୟାଳୟ । ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ୨ ଦିନ ପାଇଁ ଅଫିସକୁ ସିଲ୍ କରିଛି ବିଏମସି । କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୨୧ ତାରିଖ ଯାଏଁ ଉପଜିଲ୍ଳାପାଳ ଓ ତହସିଲ ଅଫିସ ବନ୍ଦ ରହିବ। ୩ ଆସିଷ୍ଟାଣ୍ଟ କଲେକ୍ଟରରଙ୍କ ସହ ସବ-କଲେକ୍ଟର ଅଫିସରୁ ୪ଜଣ ଏବଂ ତହସିଲ କାର୍ଯ୍ୟାଳୟରେ ୨ ଅତିରିକ୍ତ ତହସିଲଦାରଙ୍କ ସହ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭ଜଣ ଚିହ୍ନଟ ପରେ ବିଏମସି ଏହି ପଦକ୍ଷେପ ନେଇଛି । ବନ୍ଦ ସମୟରେ ଦୁଇ ଅଫିସକୁ ସାନିଟାଇଜ୍ କରାଯିବ ।

Leave A Reply

Your email address will not be published.