ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଟୋଚାଳକର ଦୌରାତ୍ମ୍ୟ: ଏକୁଟିଆ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

କେନ୍ଦ୍ରାପଡା: ରାସ୍ତାରେ ଏକୁଟିଆ ଯାଉଥିବା ମହିଳାଙ୍କୁ ଅଟୋଚାଳକ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାମୁଡି ରକ୍ତାତ କରିବା ଭଳି ଏକ ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୂସାରେ, ପାଟକୁରା ଥାନା ଅଧିନ କରିଲୋପାଟଣା ଅଞ୍ଚଳରେ ଜଣେ ୩୦ ବର୍ଷୀୟ ମହିଳା ତାଙ୍କ କୁନି ଝିଅ ସହ ରୁହନ୍ତି । ତାଙ୍କ ସ୍ୱାମୀ ବିଦେଶରେ ଚାକିରୀ କରନ୍ତି । ମହିଳାଙ୍କୁ ପୂର୍ବରୁ ଅଟୋଚାଳକ ଜଣଙ୍କ ପିଛା କରିବା ସହ ଅଶ୍ଲୀଳ ଇଙ୍ଗିତ କରି ଆସୁଥିଲା । ତେବେ ମହିଳା ଏକୁଟିଆ ଥିବାରୁ ଘଟଣାକୁ ହାଲୁକା ଭାବେ ନେଇ କିଛି କୁହନ୍ତି ନାହିଁ ।

ହେଲେ ଗତ ୨୭ ତାରିଖ ସକାଳ ୭ଟାରେ ମହିଳା ଜଣଙ୍କ ତାଙ୍କ କୁନି ଝିଅକୁ ନେଇ ଟିୟୁସନ ଛାଡିବାକୁ ଯାଉଥିବା ସମୟରେ ଅଟୋଚାଳକ ଏବଂ ତାଙ୍କ ଦୁଇଜଣ ସହଯୋଗୀ ମହିଳାଙ୍କ ପିଛା କରିଥିଲେ । ମହିଳା ଜଣଙ୍କ ଯିବାବେଳେ ଏକ ଜଙ୍ଗଲିଆ ରାସ୍ତା କଡ଼ରେ ଅଭିଯୁକ୍ତମାନେ ଅଟୋରେ ବସିବାକୁ କହିଥିଲେ ମାତ୍ର ସେ ମନା କରିବାରୁ ତାଙ୍କୁ ଜୋର ଜବରଦସ୍ତ ଅଟୋରେ ବସାଇ ଜଙ୍ଗଲିଆ ଜାଗାକୁ ନେଇଯାଇଥିଲେ । ଏହି ସମୟରେ ତାଙ୍କ କୁନି ଝିଅ କାନ୍ଦିବାରୁ ଜଣେ ଅଭିଯୁକ୍ତ ତାଙ୍କ ମୁହଁକୁ ଚାପି ଧରିଥିଲା ଏବଂ ଅନ୍ୟଜଣେ ଅଭିଯୁକ୍ତ ମହିଳାଙ୍କୁ ମାଡି ବସିଥିଲା । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଉଲଗ୍ନ କରି ସମ୍ବେଦନଶୀଳ ଅଙ୍ଗକୁ କାମୁଡି ଦେଇ ରକ୍ତାତ କରିଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।

ଦୁଷ୍କର୍ମ କରିବାକୁ ଉଦ୍ୟମ କଲାବେଳେ ଯନ୍ତ୍ରଣାରେ ମହିଳା ଜଣଙ୍କ ଜୋରରେ ପାଟି କରିବାରୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ଟ୍ରକଚାଳକ ଗାଡି ଅଟକାଇ ସେଠାରେ ପହଞ୍ଚିଥିଲେ । ଆଉ ମହିଳାଙ୍କ ନିକଟକୁ ଯିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ମହିଳା ଜଣଙ୍କ ସେହି ସ୍ଥାନରେ ପଚରାଉଚରା କରି ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ । ଏନେଇ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଅଭିଯୋଗ କରିବାରୁ ତାଙ୍କୁ ଗାଳିଗୁଲଜ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ସହ ଏକଥା କାହାକୁ କହିଲେ ଅଭିଯୁକ୍ତଙ୍କ ପରିବାର ଲୋକେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଶେଷରେ ନ୍ୟାୟ ପାଇବାକୁ ମହିଳା ଜଣଙ୍କ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସମେତ ଅଭିଯୁକ୍ତ ଆଉ ତାଙ୍କ ସହଯୋଗୀଙ୍କୁ ମିଶାଇ ୮ ଜଣଙ୍କ ବିରୋଧରେ ଏକ ମାମଲା ୪୧୮/୨୧ ରୁଜୁ କରି ମହିଳାଙ୍କ ଡାକ୍ତରୀମାଇନା କରିଛି । ତେବେ ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି ।

Leave A Reply

Your email address will not be published.