ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରକାରୀ କାର୍ଯ୍ୟାଳୟ ଭିତରେ ପଶି ଏଆରସିଏସଙ୍କୁ ହତ୍ୟା ଉଦ୍ୟମ

କେନ୍ଦ୍ରାପଡା: ସରକାରୀ କାର୍ଯ୍ୟାଳୟ ଭିତରେ ପଶି ଗାଳି ଗୁଳଜ କରିବା ସହ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ସାନମଙ୍ଗଳା ସ୍ଥିତ ଆସିଷ୍ଟାଣ୍ଟ ରେଜିଷ୍ଟର ଅଫ କୋପରେଟିଭ ସୋସାଇଟି କାର୍ଯ୍ୟାଳୟରେ ହଠାତ ୩୦ ରୁ ୪୦ ବ୍ୟକ୍ତି ପଶି ଏହାର ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ଗାଳି ଗୁଳଜ କରିଥିଲେ l ଏହାବାଦ ସେମାନଙ୍କ ମଧ୍ୟରୁ କେତେଜଣ ସାଙ୍ଗରେ ପେଟ୍ରୋଲ ନେଇ କାର୍ଯ୍ୟାଳୟ ଜାଲିପୋଡି ଦେବାକୁ ଧମକ ଦେଇଥିଲେ l ଏନେଇ ଅଫିସ ଷ୍ଟାଫ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବାକୁ କାର୍ଯ୍ୟାଳୟ ବାହାରକୁ ଦୌଡ଼ି ପଳାଇଆସିଥିଲେ l ଏନେଇ ଶରତ ଟାଉନ ଥାନାକୁ ଫୋନ କରି ଜଣାଇଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚିଲାବେଳକୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ l ଏନେଇ ଶରତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୧୨୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.