ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିମିଳିପାଳରେ ପୁଣି ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରୀ

ବାରିପଦା: ପୁଣି ଶିମିଳିପାଳରେ ଏକ ଦନ୍ତାହାତୀକୁ ହତ୍ୟା କରି ଶିକାରୀ ମାନେ ଦାନ୍ତ ନେଇଯାଇଥିବା ଜଣା ପଡିଛି। ଖବରପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର)ର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତତସହିତ ହାତୀର ବ୍ୟବଛେଦ କରିବା ପାଇଁ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ମାନେ ପହଞ୍ଚିଛନ୍ତି ।

ପ୍ରକାଶ ଯେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ବାଙ୍ଗିରିପୋଷି ଥାନା ଅଧୀନ ତାଳବନ୍ଧ ରେଞ୍ଜର ବାଙ୍କଡିହି ଅଞ୍ଚଳରେ ଏକ ଦନ୍ତାର ଗଳିତ ମୄତ ଦେହକୁ ବନବିଭାଗ ରବିବାର ଜବତ କରିଛି । ଶିକାରୀ ମାନେ ହାତୀକୁ ଶିକାର କରି ଦାନ୍ତ କାଟି ନେଇଛନ୍ତି । ପ୍ରାୟ ୨/୩ ସପ୍ତାହ ପୂର୍ବରୁ ଶିକାର କରାଯାଇଛି ବୋଲି ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି କର୍ମଚାରୀ ମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.