ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଜୁରାଟର ମୋରବି ପୋଲ ଦୁର୍ଘଟଣା, ଗିରଫ ହେବେ ଓରେବା କମ୍ପାନୀ ମାଲିକ

ଅହମ୍ମଦାବାଦ: ଗୁଜୁରାଟର ମୋରବି ପୋଲ ଦୁର୍ଘଟଣା ମାମଲାରେ ଓରେବା କମ୍ପାନୀ ମାଲିକ ଜୟସୁଖ ପଟେଲଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଛି। ପୁଲିସ ପଟେଲଙ୍କୁ ଚାର୍ଜସିଟରେ ଅଭିଯୁକ୍ତ କରିଛି, ଅବଶ୍ୟ ଚାର୍ଜସିଟ୍ ବର୍ତ୍ତମାନ ସୁଦ୍ଧା କୋର୍ଟରେ ଦାଖଲ ହୋଇନାହିଁ। ଗିରଫ ପରୱାନା ଜାରି ହେବା ପରେ ପୋଲିସ ଜୟସୁଖଙ୍କ ପାଇଁ ଲୁକଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି। କୁହାଯାଉଛି ଯେ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ । ପଟେଲ ଦୁଇ ଦିନ ପୂର୍ବେ କୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ।

ପ୍ରକାଶଥାଉକି, ଗୁଜୁରାଟର ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଗତ ବର୍ଷ ଅକ୍ଟୋବରରେ ଛିଡ଼ିପଡ଼ିଥିଲା। ଦୁର୍ଘଟଣା ସମୟରେ ପୋଲ ଉପରେ ୩୦୦ରୁ ୪୦୦ ଲୋକ ଉପସ୍ଥିତ ଥିଲେ । ସମସ୍ତେ ନଦୀକୁ ଖସିପଡିଥିଲେ। ଅବଶ୍ୟ ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ମୋଟ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୭ ମାସର ମରାମତି ପରେ ଦୁର୍ଘଟଣାର ୫ ଦିନ ପୂର୍ବେ ଏହି ପୋଲକୁ ଲୋକମାନଙ୍କ ପାଇଁ ଖୋଲାଯାଇଥିଲା। ବ୍ରିଜ ଖୋଲିବା ପୂର୍ବରୁ ଫିଟନେସ୍ ସାର୍ଟିଫିକେଟ ମଧ୍ୟ ନିଆଯାଇନଥିଲା। ଏହି ବ୍ରିଜର ରକ୍ଷଣାବେକ୍ଷଣା ଦାୟିତ୍ୱ ଓରେବା କମ୍ପାନୀ ପାଖରେ ତିଲା। ଏହାପରେ କମ୍ପାନୀ ଏବଂ ତାର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.