ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଅଳକା’ ୭୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପିନାଥପୁରସ୍ଥ ଅଳକା ଉଚ୍ଚ ବିଦ୍ୟାଳୟରେ ୧୯୭୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ବନ୍ଧୁମିଳନ ଅବସରରେ ସ୍କୁଲ ପରିସରରେ ସ୍କୁଲର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା ତଥା ୨୩ ବର୍ଷ ଧରି ଏହାର ପ୍ରଧାନ ଶିକ୍ଷକ ଥିବା ଜ୍ଞାନଗୁରୁ ଗିରିଧାରୀ ମହାନ୍ତିଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅଳକା ପୁରାତନ ଛାତ୍ର ସଙ୍ଘର ସଭାପତି ସରୋଜ କୁମାର ମହାପାତ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରା ଯାଇଥିଲା।

ଆଦିତ୍ୟ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ପ୍ରମୋଦ କୁମାର ହୋତା, ପ୍ରବୋଧ କୁମାର ରାଉତ, ନନ୍ଦ କିଶୋର ହୋତା, ରାମଚନ୍ଦ୍ର ସାହୁ, ଜୀବନକାନ୍ତ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ଆଲୋକ ରଞ୍ଜନ ହୋତା, ଅଜୟ କୁମାର ଭୋଇ, ଗୌରାଙ୍ଗ ଖୁଂଟିଆ, ରମେଶ ସ୍ୱାଇଁ, ଆୟୁବ ଶାହା, ଜଗନ୍ନାଥ ଭୋଇ, ସଞ୍ଜୟ ପଟ୍ଟନାୟକ, ମହାଦେବ ଜେନା, ଲିଙ୍ଗରାଜ ସାହୁ, ପ୍ରମୋଦ ଶତପଥୀ, ଅମିତା କୁମାରୀ ଦାସ, କାଂଚନବାଳା ବେହେରା, ଉର୍ମିଳା ମହାନ୍ତି, ମୀରା ମହାନ୍ତି, କ୍ରିଷ୍ଣା ରାୟ, ଶକୁନ୍ତଳା ଶତପଥୀ, ନୟନା ରାଉଳ, ପ୍ରମୋଦିନୀ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ଡିସେମ୍ବର ମାସରେ ସ୍କୁଲର ପ୍ଲାଟିନମ ଜୁବୁଲୀ ପାଳନ ନେଇ ଆଲୋଚନା କରାଯାଇଥିଲା। ଏଥିରେ ସ୍କୁଲର ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ସହଯୋଗ କରିବା ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.