ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଦ୍ୟମ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ସୁଖ ଦିବସ ପାଳିତ

ଭୁବନେଶ୍ବର: ମାର୍ଚ୍ଚ ୨୦ରେ ବିଶ୍ୱ ସୁଖ ଦିବସ ପାଳନ କରାଯାଇଥାଏ। ବିଶ୍ୱ ସୁଖ ଦିବସରେ “ଉଦ୍ୟମ ଚାରିଟେବଲ୍ ଟ୍ରଷ୍ଟ” ପକ୍ଷରୁ ପିଲାମାନଙ୍କୁ ନୋଟବୁକ୍ ଏବଂ କଲମ ବଣ୍ଟନ କରାଯାଇଥିଲା। ଜଲିମୁଣ୍ଡା ସାହି କ ଓ ଖ। ସୁନ୍ଦରପୁର ମୁଣ୍ଡା ସାହିରେ ୨୦୦ରୁ ଉର୍ଦ୍ଧ୍ବ ଛୋଟପିଲାଙ୍କୁ ବଣ୍ଟନ କରାଯାଇଥିଲା।  ଛୋଟପିଲାଙ୍କ ମୁହଁରେ ଚେନାଏ ହସ ଫୁଟେଇବା ପାଇଁ ଉଦ୍ୟମ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିଛି । ନିରୀହ ପିଲାଙ୍କ ହସ ଛଡା ଆଉ କିଛି ଶୁଦ୍ଧ ନୁହେଁ ବୋଲି ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ ସ୍ବାଇଁ କହିଛନ୍ତି।

ମାନନୀୟ ସାଂସଦ କନ୍ଧମାଳ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦାର୍ଶନିକ “ଦି ଆର୍ଟ ଅଫ୍ ଗିଭିଙ୍ଗ୍” ଦ୍ବାରା ଅନୁପ୍ରାଣିତ ହୋଇ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏଭଳି ନିଆରା କାର୍ଯ୍ଯ କରାଯାଇଛି। ଯାହାର ଉଦ୍ଦେଶ୍ଯ ରହିଛି ଅନ୍ଯମାନଙ୍କ ପ୍ରତି ଦୟା  ଓ ଉଦାରତା ମନୋଭାବ ରଖିବା। ସମସ୍ତଙ୍କ ମୁହଁରେ ହସ ଫୁଟାଇବା। ସୁଖ କେବେ ବିଳାସପୂର୍ଣ୍ଣ ହେବା ଉଚିତ୍ ନୁହେଁ । ହସ ଏବଂ ଭଲ କର ବୋଲି ଦିଲ୍ଲୀପ ନାରା ଦେଇଛନ୍ତି। ଏହି କାର୍ଯ୍ଯକ୍ରମରେ ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ ସ୍ବାଇଁଙ୍କ ସମେତ ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।

 

Leave A Reply

Your email address will not be published.