ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ସିଂଘମ୍-୩’ରେ ଅଜୟ -ରୋହିତ୍ ଯୋଡ଼ି, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି ସେଇଠୁ ହେବ ଆରମ୍ଭ

ବକ୍ସ ଅଫିସ୍‌ରେ ‘ସୂର୍ଯ୍ୟବଂଶୀ’ର ସଫଳତାକୁ ଦେଖି ‘ସିଂଘମ୍-୩’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ସିଂଘମ୍’ ଓ ‘ସିଂଘମ୍ ଡିଷ୍ଟର୍ଣ୍ଣସ୍‌’ ପରେ ବହୁତ ଜଲ୍‌ଦି ରୋହିତ୍‌ ସେଟ୍ଟି ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି। ‘ସିଂଘମ୍-୩’ର କାହାଣୀ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଉପରେ ଆଧାରିତ ହେବ । ଫିଲ୍ମରେ ଅଜୟ ଶାନ୍ତି ପାଇଁ ଅସାମାଜିକ ତତ୍ତ୍ଵଙ୍କ ସହିତ ଲଢୁଥିବାର ନଜର ଆସିବେ।

ଆସନ୍ତା ବର୍ଷ ସେପ୍ଟେମ୍ବରରେ ଫିଲ୍ମ ନିର୍ମାତା ଏହି ପ୍ରୋଜେକ୍ଟର ଆରମ୍ଭ କରିବେ ଏହା ୨୦୨୩ ସ୍ଵାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିବ। ରୋହିତ୍ ‘ସିଂଘମ୍-୩’ର ସୁଟିଂ ଗୋଆ, ଜମ୍ମୁ-କାଶ୍ମୀର, ଦିଲ୍ଲୀରେ କରିବା ଲକ୍ଷ୍ୟ ରଖିଛନ୍ତି। ଏହା ‘କପ୍ ୟୁନିଭର୍ସ’ର ସବୁଠୁ ବଡ଼ ଫିଲ୍ମ ହେବ। ‘ଦିୱାଲି ଅବସରରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହୋଇଥିଲା। ଏଥିରେ ଲିଡ୍ ରୋଲ୍‌ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ନଜର ଆସିଥିଲେ। ଅନ୍ୟପକ୍ଷରେ ଶେଷ ଥର ପାଇଁ ଅଜୟ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିଥିଲେ। ଏବେ ସେ ‘ଆର୍‌ଆର୍ ଆର୍’, ‘ଗଙ୍ଗୁବାଈ କାଠିଆୱାଡ଼ି’, ‘ମୈଦାନ’, ‘ଥ୍ୟାଙ୍କ ଗଡ୍’ରେ ନଜର ଆସିବେ।

‘ସିଂଘମ୍-୩’ର କାହାଣୀ ସେଇଠୁ ଆରମ୍ଭ ହେବ, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି। ‘ସିଂଘମ୍-୩’ର କ୍ଲାଇମାକ୍ସରେ ରଣବୀର ସିଂହ ଓ ଅକ୍ଷୟ କୁମାର ଆକ୍ସନ କରୁଥିବାର ନଜର ଆସିବେ ।

Leave A Reply

Your email address will not be published.