ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଣି ଟ୍ୟାଙ୍କର ଟ୍ରାକ୍ଟର ଓଲଟି ୨ ମୃତ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଆଇଡିସି ଖଣି ଭିତରେ ପାଣି ଟାଙ୍କର ଟ୍ରାକ୍ଟର ଓଲଟି ଦୁଇ ଜଣ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭୂଇଁଆ ରୋଇଡ଼ା ଗ୍ରାମର ସମରା କାରୁଆ ଓ ଦମୟନ୍ତି ଓରାମ। ଏହି ଦୁଇ ଜଣ ଶ୍ରମିକ ଟ୍ରାକ୍ଟରରେ ବସି ଖଣିକୁ କାମ କରିବାକୁ ଯାଉଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି। ଅଘଟଣ ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଛି । ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ କ୍ଷତି ପୁରଣ ଦାବିରେ ଶ୍ରମିକ ଓ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି।

Leave A Reply

Your email address will not be published.