ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସରେ ଚାକିରି କରାଇଦେବାକୁ କହି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ, ୨ ଗିରଫ

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ  ୧ କୋଟି ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା । ଆଉ ଦୁଇ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି ।

ସୂଚନା ଅନୁଯାୟୀ, ୨୦୧୩ରେ ପୁଲିସ ସର୍ଭିସ ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏମାନେ ୩୮ ଜଣ ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ ବାଦଲ କୁମାର ରାଉଳଙ୍କ ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କ ହାତରେ ହାଡ଼କଡ଼ି ପିନ୍ଧାଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

ବୈକୁଣ୍ଠନାଥ ନାଏକ ନିଜକୁ ଗୃହ ବିଭାଗରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର ଓ ଭୀମସେନ ମହାରଣା ନିଜକୁ ଗୃହ ବିଭାଗର ବରିଷ୍ଠ ଅଧିକାରୀର ପରିଚୟ ଦେଇଥିଲେ । ଅନ୍ୟ ଦୁଇ ଜଣ ସିନିଅର ଅଫିସରଙ୍କ ସହ ଯୋଗାଯୋଗରେ ଥିବା କହି ଚାକାରି ଆଶାୟୀଙ୍କ ବିଶ୍ୱାସ ଜିତିଥିଲେ ।

ଗୃହ ବିଭାଗରେ ଚାକିରି କରୁଥିବା ନେଇ ମିଛ ପରିଚୟ ପ୍ରମାଣପତ୍ର ବି ଦେଖାଇଥିଲେ ଅଭିଯୁକ୍ତ । ଜଣ ପିଛା ୫-୬ ଲକ୍ଷ ଟଙ୍କା ଦାବି କରିଥିଲେ । ୨୦୨୦ ମେ ମାସରୁ ନଭେମ୍ବର ମାସ ଭିତରେ ଅଭିଯୁକ୍ତ ବିଭିନ୍ନ ଚାକିରି ଆଶାୟୀଙ୍କ ପାଖରୁ ୧ କୋଟି ୪୭ ଲକ୍ଷ ଟଙ୍କା ହାତେଇଥିଲେ । ଆକାଉଣ୍ଟ ଓ କ୍ୟାସ ଆକାରରେ ନେଇଥିଲେ ଟଙ୍କା । ଭୀମସେନା ମହାରଣା ଉଚ୍ଚ ଶିକ୍ଷା ବିଭାଗରୁ ସିନିୟର ଗ୍ରେଡ୍ ରେକର୍ଡର ଭାବରେ ଅବସର ଗ୍ରହଣ କରିଛନ୍ତି ।

ରେଡ୍ ବେଳେ ବୈକୁଣ୍ଠନାଥ ନାଏକଙ୍କ ପାଖରୁ ବହୁ ନକଲି କାଗଜପତ୍ର ଜବତ ହୋଇଛି । ୧୨ଟି ଏଟିଏମ୍, ଫେକ୍ ଆଇଡି କାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ । ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । କେହି ଏମାନଙ୍କ ଠକେଇର ଶିକାର ହୋଇଥିଲେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.