ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅମ୍ରିତପାଲ୍‌ ସିଂକୁ ଧରିବାକୁ ନେପାଳରେ ହାଇ ଆଲର୍ଟ, ଅନ୍ୟ ଦେଶକୁ ନ ଛାଡ଼ିବାକୁ ଭାରତ ସରକାରଙ୍କ ଚିଠି

ନୂଆଦିଲ୍ଲୀ : ପଳାତକ ଘୋଷିତ ଖଲିସ୍ତାନୀ ସମର୍ଥକ ତଥା ୱାରିସ୍‌ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମ୍ରିତପାଲ ସିଂ ଏବେ ନେପାଳରେ ଆତ୍ମଗୋପନ କରିଥିବା ସୂଚନା ମିଳିଛି। ଅମ୍ରିତପାଲକୁ ଧରିବାକୁ ବିଗତ ୧୦ ଦିନ ହେଲା ପଞ୍ଜାବ ପୁଲିସ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଖାନତଲସୀ ଚଳାଇଥିଲେ ମଧ୍ୟ ଅମ୍ରିତପାଲ ଚକମା ଦେଖାଇ ଭାରତ ସୀମା ଟପି ନେପାଳରେ ପ୍ରବେଶ କରିବାରେ ସକ୍ଷମ ହୋଇଛି। କେବଳ ସେତିକି ନୁହେଁ, ସେ ନେପାଳ ଯିବା ବେଳେ ଜାତୀୟ ରାଜପଥରେ ଛିଡା ହୋଇ ନିଜ ଘନିଷ୍ଠ ସହଯୋଗୀ ପ୍ରପଲପ୍ରୀତ ସିଂ ସହ ଉଠାଇଥିବା ସେଲ୍ଫି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଅମ୍ରିତପାଲ ନେପାଳରୁ ଯେଭଳି ଅନ୍ୟ କୌଣସି ଦେଶକୁ ଫେରାର ହୋଇ ନ ଯାଏ ସେଥିପାଇଁ ଧ୍ୟାନ ଦେବାକୁ ଭାରତ ସରକାରଙ୍କ ପକ୍ଷରୁ ନେପାଳ ସରକାରଙ୍କୁ କୁହାଯାଇଛି।

ଅମ୍ରିତପାଲ ତା’ର ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ଜାଲ ପାସ୍‌ପୋର୍ଟ ଦ୍ବାରା ନେପାଳରୁ ଅନ୍ୟତ୍ର ଖସିଯିବାକୁ ଉଦ୍ୟମ କରିବ। ତେଣୁ ତାକୁ ସୁଯୋଗ ନ ଦେବା ଏବଂ ସେ ଯେଭଳି କୌଣସି ସ୍ଥିତିରେ ଅନ୍ୟ ରାଷ୍ଟ୍ରକୁ ଖସି ଯାଇ ନପାରେ ତାହାକୁ ନିଶ୍ଚିତ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ନେପାଳକୁ ଚିଠି ଲେଖାଯାଇଛି।

ଭାରତ ସରକାରଙ୍କ ଚିଠି ପରେ ଅମ୍ରିତପାଲ ସିଂକୁ ଧରିବାକୁ ନେପାଳ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛନ୍ତି ଯେ ସେ ନେପାଳରୁ ଅନ୍ୟ ଦେଶକୁ ପଳାଇବାକୁ ଚେଷ୍ଟା କରିପାରନ୍ତି। ତେଣୁ ନେପାଳ ପୁଲସ ଏବଂ ଗୁଇନ୍ଦା ବିଭାଗ ମଧ୍ୟ ଏନେଇ ଆଲର୍ଟ ରହିଛି। ଭାରତୀୟ ଦୂତାବାସ ପକ୍ଷରୁ ଅମ୍ରିତପାଲ ସିଂର ପାସପୋର୍ଟ ଏବଂ ବ୍ୟକ୍ତିଗତ ବିବରଣୀ, ଫଟୋ ନେପାଳ ଅନୁସନ୍ଧାନକାରୀ ଦଳକୁ ପ୍ରଦାନ କରାଯାଇଛି। ନେପାଳ ସରକାରଙ୍କ ପକ୍ଷରୁ ଭାରତୀୟ ଦୂତାବାସ ଦେଇଥିବା ସମସ୍ତ ତଥ୍ୟ ହୋଟେଲ ଠାରୁ ବିମାନ ସେବା ପର୍ଯ୍ୟନ୍ତ ସମସ୍ତ ସଂପୃକ୍ତ ଏଜେନ୍ସିକୁ ପଠାଯାଇଛି। ଏହା ସହିତ ସୀମାନ୍ତ ଅଞ୍ଚଳରେ ସାଦା ପୋଷାକରେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବିଶ୍ୱାସ କରାଯାଏ ଯେ ଅମୃତପାଲ ସିଂ ପଶ୍ଚିମ ନେପାଳର ସୀମାରୁ ନେପାଳରେ ପ୍ରବେଶ କରିଥାଇ ପାରନ୍ତି।

Leave A Reply

Your email address will not be published.