ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା, ନିଜକୁ ଗୁଳିମାରି ଜୀବନ ହାରିଲେ

ବରଗଡ : ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ସିଆରପିଏଫ ଯବାନ ପ୍ରଶନ୍ନଜିତ ପାଳ ନାମକ ଜଣେ ସିଆରପିଏଫ ଯବାନ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନା ରହିଛି।

ତେବେ ସିଆରପିଏଫ ଯବାନ ଜଣକ ଡ୍ୟୁଟି ରାତି ୧୦ ଟା ରୁ ୧୨ ଟା ପର୍ଯ୍ୟନ୍ତ ସୁରକ୍ଷା ଟାଓ୍ବାର ଉପରେ ରହିଥିବାର ମଧ୍ୟ ଖବର ରହିଛି । ଏହି ସମୟରେ ସେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିବା ତାଙ୍କ ସହଯୋଗୀମାନେ କହିଛନ୍ତି। ଆଜି ବୁର୍ଲା ଭିମସାରରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ମୄତ ଯବାନ ଜଣକ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ଜଣାପଡିନଥିବା ॥ବେଳେ ସେ ଛୁଟିରେ ଘରକୁ ଯାଇ ଦୁଇ ଦିନ ତଳେ କାର୍ଯ୍ୟରେ ପୁଣି ଯୋଗ ଦେଇଥିଲେ। ଏଣୁ ପାରିବାରିକ ସମସ୍ୟା ହେତୁ ପ୍ରସନ୍ନଜିତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.