ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ

ଗଞ୍ଜାମ: କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ । କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ କଲେଜ ଛାତ୍ରୀ । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗାଁରେ । ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଗୌଡ( ୧୭)। ତେବେ କେଉଁ କାରଣ ପାଇଁ ଛାତ୍ରୀଜଣକ ଆତ୍ମହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ। । ଘଟଣାସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଘରେ କେହି ନଥିବା ବେଳେ ପୂଜା ଆଜି ସକାଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ପୂଜା ଜଳୁଥିବାବେଳେ ପଡୋଶୀ ଦେଖି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ପୂଜା ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

Leave A Reply

Your email address will not be published.