ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ପପ୍ ଜି’ ଗେମ ଖେଳି ଖେଳି ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର !

ସୋର: ଅନଲାଇନ୍ ଗେମ ପାଇଁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ଅନଲାଇନ୍ ଗେମ୍ ଯୋଗୁ ମୃତ୍ୟୁ ହୋଇଛି । ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିବା ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା ବୋଲି ସୂଚନା ମିଳିଛି । ଆଶିଷ ଗତକାଲି କଲେଜରୁ ଫେରିବା ପରେ ନିଜ ରୁମରେ ପଶି ଭିତରୁ କବାଟ ଦେଇଥିଲେ। ଦୀର୍ଘ ସମୟ ପରେ ମା’ ଖାଇବାକୁ ଡାକିଥିଲେ ବି ସେ କବାଟ ଖୋଲି ନ ଥିଲେ। ଏହାପରେ ତାଙ୍କ ମା’ ଝରକା ପାଖକୁ ଯାଇ ପୁଅ ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଲେ।

ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆଶିଷ ମୋବାଇଲରେ ବିଭିନ୍ନ ଅନଲାଇନ ଗେମ୍‌ ଖେଳୁଥିବା ପରିବାର ଲୋକେ କହିଛନ୍ତି। ତେଣୁ ତାଙ୍କର ମୃତ୍ୟୁ ପାଇଁ ଅନଲାଇନ ଗେମ୍ ହିଁ ଦାୟୀ ବୋଲି ସନ୍ଦେହ ସୃଷ୍ଟି ହେଉଛି ।

Leave A Reply

Your email address will not be published.