ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୬ରୁ ଓଡ଼ିଶା ଆର୍ଟ ଆଣ୍ଡ ଲିଟେରେଚର୍‍ ଫେଷ୍ଟିଭାଲ୍‍

ଭୁବନେଶ୍ୱର : ଷଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟେରେଚର ଫେଷ୍ଟିଭାଲ ଆସନ୍ତା ୧୬ରୁ ୧୮ ତାରିଖ ତିନିଧରି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ। ବିଶିଷ୍ଟ ଲେଖକ ତଥା ବୁଦ୍ଧିଜୀବୀ କୁନାଲ ବସୁ, କବି ଡକ୍ଟର ହୃଷିକେଶ ମଲ୍ଲିକ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଗାଳ୍ପିକ ଯଶୋଧରା ମିଶ୍ର, ଡକ୍ଟର ସତ୍ୟ ମହାନ୍ତି ଓ ମନୁ ଦାଶ ଉତ୍ସବକୁ ଉଦ୍‍ଘାଟନ କରିବେ। ଏହାପରେ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ଅବସରପ୍ରାପ୍ତ ପ୍ରଶାସକ ତଥା ଶିକ୍ଷାବିତ୍‍ ଡକ୍ଟର ଅରୁଣ କୁମାର ରଥ ଓ କେରଳର ପ୍ରାକ୍ତନ ପୁଲିସ୍‍ ମହାନିର୍ଦ୍ଦେଶକ ଲୋକନାଥ ବେହେରାଙ୍କୁ ସମ୍ମାନିତ କରାଯିବ। ପରେ ପରେ ଡକ୍ଟର ସତ୍ୟ ମହାନ୍ତିଙ୍କ କବିତା ସଂକଳନ ‘ମାଇଗ୍ରାଣ୍ଟ କ୍ରୋନିକଲ୍ସ ଆଣ୍ଡ ପାଣ୍ଡେମିକ ମ୍ବୁଜିଙ୍ଗସ୍‍ ଓ ଡ୍ୟାନ୍ସିଂ ଅନ ଦି ଏଡଜର ଦ୍ୱିତୀୟ ସଂସ୍କରଣ, ଗାୟତ୍ରୀବାଳା ପଣ୍ଡାଙ୍କ ଓଡ଼ିଆ କବିତା ପୁସ୍ତକର ଇଂରାଜୀ ଅନୁବାଦ (ଏ ସ୍ଲାଇସ ଅଫ୍‍ ନାଇଟ୍‍), ଅମନଦୀପ ସାନ୍ଧୁଙ୍କ ଇଂରାଜୀ ଉପନ୍ୟାସ ‘ସେପିଆ ଲିଭସ’ର ଓଡ଼ିଆ ଅନୁବାଦ ଅନ୍ଧାରର ରେଖାଚିତ୍ର, ଅନାମ କାବ୍ୟ ଆନ୍ଦୋଳନ ଉପରେ ଆଧାରିତ ମନୁ ଦାସଙ୍କ ଦ୍ୱାରା ସଂକଳିତ ପ୍ରବନ୍ଧ ଏବଂ ସମାଲୋଚନା ଓ ଡକ୍ଟର ସତ୍ୟ ମହାନ୍ତିଙ୍କ ଦ୍ୱାରା ବ୍ରିଦ୍‍ଲେସ ଆଣ୍ଡ ଅଦର ପ୍ଲେଜର ପ୍ରଚ୍ଛଦ ଉନ୍ମୋଚିତ ହେବ।

ପ୍ରଥମ ଦିନରେ ‘କଥାରେ କଥାରେ’ କଥାକାର କାର୍ଯ୍ୟକ୍ରମରେ ଗାଳ୍ପିକ ପରେଶ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ତରୁଣକାନ୍ତି ମିଶ୍ର, ଯଶୋଧରା ମିଶ୍ର, ସତ୍ୟ ମିଶ୍ର ଓ ସରୋଜିନୀ ସାହୁ ଅଂଶଗ୍ରହଣ କରିବେ। ପରେ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଓ ସନ୍ଧ୍ୟା ମୁଖାର୍ଜୀଙ୍କ ଓଡ଼ିଶା ସହ ସମ୍ପର୍କକୁ ନେଇ ଆଦ୍ୟାଶା ଦାସ, ସୁସ୍ମିତା ଦାସ, ଓଁମ ପ୍ରକାଶ ମହାନ୍ତି, ଗୀତା ପଟ୍ଟନାୟକ ଓ ଡକ୍ଟର ମୃତ୍ୟୁଞ୍ଜୟ ରଥ ଆଲୋଚନା କରିବେ। ଅପରାହ୍ଣରେ ‘ଅରଣ୍ୟରେ ଆହୁରି ନିଆଁ’ ଆଲୋଚନାଚକ୍ରରେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସହ ପବିତ୍ର ମୋହନ ଦାଶ ଓ ଭାରତ ମାଝୀ ଆଲୋଚନା କରିବେ। ଦ୍ୱିତୀୟ ଦିନ ‘ଆତ୍ମଜୀବନୀର ଆତ୍ମା’ ଉପରେ ଆଲୋଚନାଚକ୍ରରେ ଜ୍ଞାନୀ ଦେବାଶିଷ ମିଶ୍ର ଓ ଏଥିରେ ଦାସ ବେନହୁର, ବୈଷ୍ଣବ ଚରଣ ମହାନ୍ତି, ସହଦେବ ସାହୁ, ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ଅଂଶଗ୍ରହଣ କରିବେ। ପରେ ‘ମହିଳା ସମ୍ପାଦିକାଙ୍କ ସମ୍ମୁଖରେ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ର ଅସିତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହେବ। ଏଥିରେ ରତ୍ନମାଳା ସ୍ୱାଇଁ, ଗାୟତ୍ରୀବାଳା ପଣ୍ଡା, ମମତା ମହାପାତ୍ର, ଅର୍ଚ୍ଚନା ନାୟକ ଓ ଶକୁନ୍ତଳା ବଳିୟାରସିଂ ଅଂଶଗ୍ରହଣ କରିବେ। ଉତ୍ସବରେ ତୃତୀୟ ଦିନରେ ବିନୋଦିନୀ ଦେବୀ ଓ ଅନିମା କରଙ୍କ ସହ ଯଦୁନାଥ ପଣ୍ଡା ଆଲୋଚନା କରିବେ। ପରେ ଜୀବୀତେଶ ରଥଙ୍କ ସଂଯୋଜନାରେ ‘ମହାଭାରତରେ ପରିଚାଳନାଗତ ଶିକ୍ଷା’ ଉପରେ ଡକ୍ଟର ଅରୁଣ କୁମାର ରଥ ଓ ଦେବାଶିଷ ଶତପଥୀ ଆଲୋଚନା କରିବେ। ‘ନୀରଦ ମହାପାତ୍ର ଏବଂ ପରେ’ ଶୀର୍ଷକ ଆଲୋଚନାଚକ୍ରରେ ସମ୍ପଦ ମହାପାତ୍ର, ପ୍ରଣବ ଦାସ, ସୁଶାନ୍ତ ମିଶ୍ର ଓ ଗଦାଧର ପୂଟ୍ଟିଙ୍କୁ ନେଇ ଆଲୋଚନାଚକ୍ରର ନିଖିଳେଶ ମିଶ୍ର ସଂଯୋଜନା କରିବେ। ଏହାପରେ ‘ସାମାଜିକ ଗଣମାଧ୍ୟମରେ ସାହିତ୍ୟ’ ଉପରେ ସ୍ୱରାଜ ମିଶ୍ରଙ୍କ ସଂଯୋଜନାରେ ଶୁଭ୍ରାଂଶୁ ପଣ୍ଡା, ସରୋଜ ବଳ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ନିହାର ଶତପଥୀ, ସମରେନ୍ଦ୍ର ମହାପାତ୍ର ଆଲୋଚନା କରିବେ।

Leave A Reply

Your email address will not be published.