ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାଦାର ଟାଙ୍ଗିଆ ଚୋଟରେ ୫ ବର୍ଷୀୟା ଝିଆରୀର ମୃତ୍ୟୁ

ଦେବଗଡ଼: ଯମ ରୂପୀ ଦାଦାର ଟାଙ୍ଗିଆ ଚୋଟରେ ଚାଲିଗଲା ୫ ବର୍ଷୀୟା ନିରୀହ ଝିଆରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗାଁରେ । ଆଖି ପିଛୁଳାକେ ଚାଲିଗଲା ୫ ବର୍ଷୀୟା ଶିଶୁ କନ୍ୟାର ଜୀବନ । ତେବେ ସବୁ କିଛି ଠିକ୍‌ ଚାଲିଥିବା ବେଳେ କାହିଁକି ଏପରି କାଣ୍ଡ ଘଟାଇଲା ଅଭିଯୁକ୍ତ ତାହାର ଜବାବ କାହା ପାଖରେ ନାହିଁ। ମୃତା ଶିଶୁ ହେଉଛି ସୁଶାନ୍ତ ଭଇଁସାଙ୍କ ଝିଅ ରୋଜାଲିନ ଭଇଁସା । ଏହି ଘଟଣାରେ ପୁଲିସ୍‌ ତାଙ୍କ ସାନ ଭାଇ ନାଗାର୍ଜୁନ ଭଇଁସାକୁ ଅଟକ ରଖିଛି । ଘଟଣାସ୍ଥଳରେ ରିଆମାଳ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି।

ସୂଚନା ଅନୁସାରେ, ସୁଶାନ୍ତ ଓ ନାଗାର୍ଜୁନ ୨ ଭାଇ ହୋଇଥିବା ବେଳେ ଏକାଠି ରୁହନ୍ତି । ଆଜି ସକାଳୁ ଘର ଆଗରେ ଖେଳୁଥିବା ସମୟରେ ହଠାତ ଝିଆରୀ ବେକକୁ କୁରାଢ଼ିରେ ଚୋଟ ପକାଇ ଦୁଇଗଡ଼ କରିଦେଇଥିଲା ମାନସିକ ବିକୃତ ନାଗାର୍ଜୁନ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ନାଗାର୍ଜୁନକୁ ଅଟକ ରଖିଛି। ସୂଚନା ପାଇ ଏସଡ଼ିପିଓ, ଏସପିଙ୍କ ସହ ପୁଲିସ ସାଂଇଟିଫିକ୍ ଟିମ୍ ଘଟଣାସ୍ଥଳ ଅଭିମୁମେ ବାହାରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.