ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ସକାଳୁ ଅସହ୍ୟ ତାତି: ୮ ଟା ୩୦ ସୁଦ୍ଧା ବାରିପଦାରେ ୩୮ ଡିଗ୍ରୀ ଡେଇଁଲା ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। କେତେବେଳେ ଉତ୍ତର ଓଡ଼ିଶା ତ କେତେବେଳେ ପଶ୍ଚିମା ଓଡ଼ିଶା ପାଲଟୁଛି ନିଆଁ ପିଣ୍ଡୁଳା।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ବାରିପଦାରେ ୩୮.୪ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ତାଳଚେର ୩୭.୮ ଡିଗ୍ରୀ ଓ ବାଲେଶ୍ୱରର ତାପମାତ୍ରା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

Article Bottom (Mobile Only)

ବାରିପଦା 38.4°C
ତାଳଚେର 37.8°C
ବାଲେଶ୍ୱର 36.6°C
କେନ୍ଦୁଝର 36.4°C
କଟକ 35.8°C
ଭଦ୍ରକ 35°C
ରାଉରକେଲା 35°C
ଭବାନୀପାଟଣା 34.8°C
ଭୁବନେଶ୍ୱର 34.6°C
ଝାରସୁଗୁଡା 34.6°C
ହୀରାକୁଦ 34.4°C
ଚାନ୍ଦବାଲି 34.2°C
ବଲାଙ୍ଗୀର 34°C
କେନ୍ଦ୍ରାପଡ଼ା 34°C
ଅନୁଗୁଳ 34°

ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ସୋମବାର ୪୪.୮ ଡିଗ୍ରୀ ସହ ବାରିପଦା ରାଜ୍ୟର ପ୍ରଥମ ଓ ଦେଶର ତୃତୀୟ ଉତ୍ତପ୍ତ ସହର ପାଲଟିଥିଲା। ରାଜ୍ୟର ୩୨ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ୪ ସହରରେ ଦିନ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ଥିବା ରେକର୍ଡ ହୋଇଥିଲା। ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୩ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଏଥିପାଇଁ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ବିଶେଷକରି ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାରେ ମଙ୍ଗଳବାର ଭୀଷଣ ଗ୍ରୀଷ୍ମ ଲହରୀର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଟପିବା ସହ ଅନେକ ସ୍ଥାନରେ ସ୍ୱାଭାବିକ ତୁଳନାରେ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାର ଆଶଙ୍କା ରହିଛି। ଯାହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍‌‌ ଆଲର୍ଟ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ମଙ୍ଗଳବାର ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳରେ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢ଼଼ିବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟରେ ସବୁଠାରୁ ଅଧିକ ଉତ୍ତପ୍ତ ରହିବାର ସମ୍ଭାବନା ରହିଛି। ମେ’ ୧ରେ ଏହି ସବୁ ଜିଲ୍ଲାରେ ତାତି ରହିବା ବେଳେ ଗଞ୍ଜାମ, ନୟାଗଡ଼, ଗଜପତି, ଅନୁଗୁଳ ଓ ବୌଦ୍ଧରେ ପ୍ରାୟ ୧ରୁ ୨ଡିଗ୍ରୀ ବଢ଼଼ିପାରେ। ତେବେ ଭୁବନେଶ୍ୱରରେ ମେ ୪ ତାରିଖରୁ ତାପମାତ୍ରା କ୍ରମଶଃ କମିବାର ସମ୍ଭାବନା ରହିଛି। ତେବେ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ବ୍ୟତୀତ ରାଜ୍ୟର ବାକି ସବୁ ଅଞ୍ଚଳରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Leave A Reply

Your email address will not be published.