ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମତଦାନ ଆରମ୍ଭରୁ ଉତ୍ତେଜନା : ବାଲଟ ପେପର ନେଇ ପଳାଇଲେ ବୁଥରେ ଥିବା ଜଣେ ଏଜେଣ୍ଟ, ବାତିଲ ହେଲା ଭୋଟ୍‌

ଭଦ୍ରକ : ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ୨୫ଟି ଜିଲ୍ଲାର ୧୩୧ଟି ଜୋନରେ ଆଜି ମତଦାନ ଚାଲିଛି। ତେବେ ଭଦ୍ରକ ଧାମନଗରରେ ମତଦାନ ଆରମ୍ଭରୁ ଉତ୍ତେଜନା ଦେଖାଦେଇଛି । ଶାନ୍ତି ଶୃଙ୍ଖଳାରେ କିଛି ସମୟ ମତଦାନ ଚାଲିଥିବା ବେଳେ ଧାମନଗର କଟସାହି ୧ ନମ୍ବର ୱାର୍ଡରେ ବାଲାଟ ନେଇ ପଳାଇଲେ ବୁଥରେ ଥିବା ଜଣେ ଏଜେଣ୍ଟ। ୩୬ ଟି ଭୋଟିଂ ପରେ ବନ୍ଦ ରହିଥିଲା। ସରପଞ୍ଚ ବାଲାଟ ଓ କାଗଜପତ୍ର ନଥିବାରୁ ଭୋଟ ବନ୍ଦ ରହିଥିଲା। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

କଟସାହି ୧ ନମ୍ବର ୱାର୍ଡ ବୁଥ୍‌ରେ ଭୋଟିଂ ବନ୍ଦ ସହ ପୁଲିସ ଏଜେଣ୍ଟଙ୍କୁ ଅଟକ ରଖିବା ସହ ପରିସ୍ଥିତି ନିୟନ୍ତୟଣ କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଉତ୍ତେଜନା ବଢିବାରୁ ଧାମନଗର କଟସାହି ୧ ନମ୍ବର ୱାର୍ଡରେ ଭୋଟିଂକୁ ବାତିଲ କରିଦିଆଯାଇଛି। ଏନେଇ ଭଦ୍ରକ ଅତିରିକ୍ତ ପିଡ଼ି ପ୍ରତିକ୍ରିୟା ଦେଇକହିଛନ୍ତି ଯେ ଉତ୍ତେଜନା ପାଇଁ କଟସାହି ୧ ନମ୍ବର ୱାର୍ଡରେ ଭୋଟିଂକୁ ବାତିଲ କରିଦିଆଯାଇଛି। ପୋଲିଂ ଟିମ ପୋଲିଂ ଷ୍ଟେସନ ଛାଡିଛନ୍ତି। ସାନି ନିର୍ଦ୍ଦେଶନାମା ପରେ ହେବ ଭୋଟ ହେବ।

Leave A Reply

Your email address will not be published.