ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ଉପରେ ଋଷର ଆକ୍ରମଣ : କିବ୍ ବିମାନବନ୍ଦରକୁ କବଜା କଲା ଋଷ୍ ସେନା, ୧୩ଟି ସ୍ଥାନରେ ମିଜାଇଲ ମାଡ

ମସ୍କୋ: ଆରମ୍ଭ ହେଲା ମହାଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆଜି ଯୁଦ୍ଧର ରୂପ ନେଇଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଋଷ ପୂର୍ବ ୟୁକ୍ରେନରେ ସାମରିକ ଅପରେସନ କରିବ ।  ୟୁକ୍ରେନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହିତ ବ୍ଲାଦିମିର୍ ପୁଟିନ୍ କହିଛନ୍ତି, ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ କେହିବି ଟାଳି ପାରିବେ ନାହିଁ । ଏହି ଘଟଣାରେ ଯିଏ ବି ହସ୍ତକ୍ଷେପ କରିବ ତାର ପରିଣାମ ଭୟଙ୍କର ହେବ । ତେଣୁ ଋଷ-ୟୁକ୍ରେନ୍ ବିବାଦ ମଧ୍ୟରେ କାହି ବି ହସ୍ତକ୍ଷେପ ନକରିବା ଭଲ ହେବ ।

ୟୁକ୍ରେନ ବିରୋଧରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବାର କିଛି ମିନିଟ୍‌ ପରେ ଉଭୟ ରୁଷ ଓ ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍‌ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି। ଆମେରିକା ଭିତ୍ତିକ ବିଏନଓ ନ୍ୟୁଜ ଜାରି କରିଥିବା ଭିଡିଓରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ଦୃଶ୍ୟ ରହିଛି।ଖାରକିଭ୍‌ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।


ୟୁକ୍ରେନର ଦୁଇଟି ପ୍ରାନ୍ତକୁ ଋଷ ଅକ୍ତିଆର କରି ସ୍ୱାଧୀନ ଘୋଷଣା କରିବା ପରେ ୧୩ଟି ପ୍ରାନ୍ତରେ ଲଗାତାର ବିସ୍ଫୋରଣ କରିଛି ଋଷ ସେନା । ।ଏଥିମଧ୍ୟରେ ଗୋଟିଏ ପ୍ରାନ୍ତ ଦୋନେସ୍କରେ ବୁଧବାର ଲଗାତାର ବିସ୍ଫୋରଣ ହୋଇଥିବା ଯୋଗୁଁ ୟୁକ୍ରେନବାସୀ ଭୟଭୀତ ହୋଇପଡିଛନ୍ତି ।କ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କିବ, ଖାରକିବ ସମେତ ୧୩ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ ।ମିଳିଥିବା ସୂଚନା ଅନୁସାରେ, ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନ ୧୩ଟି ସ୍ଥାନ ଉପରେ ଆକ୍ରମଣ କରିଛି ଋଷ । ସେପଟେ ବ୍ଲାକ୍ ସି’ରେ ଋଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ସୂଚନାରୁ ଜଣାପଡିଛି। ୟୁକ୍ରେନ୍‌ର ବ୍ଲାକ ସି ବନ୍ଦର ଓଡେଶାରେ ବିସ୍ଫୋରଣ । ରୁଷିଆର ନୌସେନା ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି। ଋଷର ଆକ୍ରମଣ ପାଇଁ ୟୁକ୍ରେନ୍‌ରେ ସମସ୍ତ ବେସାମରିକ ବିମାନ ଉଡ଼ାଣ ବାତିଲ । ରୁଷିଆର ଆକ୍ରମଣକୁ ଦେଖି ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି।

ଅନ୍ୟପଟେ ୟୁକ୍ରେନକୁ ଆତ୍ମ ସମର୍ପଣ କରିବା ପାଇଁ ଆହ୍ୱାନ କରିଛି ଋଷ । ଋଷ କହିଛି, ୟୁକ୍ରେନ୍ ଉପରେ କବଜା କରିବା ମୋର ଉଦେଶ୍ୟ ନାହିଁ । କିନ୍ତୁ ଯଦି ୟୁକ୍ରେନ୍ ଆତ୍ମ ସମର୍ପଣ ନକରେ ତେବେ ଯୁଦ୍ଧକୁ କେହି ଅଟକାଇ ପାରିବେନି । ତେଣୁ ୟୁକ୍ରେନ୍ ସେନା ହତିଆର ରଖି ନିଜ ନିଜ ଘରକୁ ଫେରିଯାଆନ୍ତୁ । ସେପଟେ ଯୁଦ୍ଧ ରୋକିବା ପାଇଁ ଆହ୍ୱାନ୍ ଦେଇଛି ମିଳିତ ଜାତୀସଂଘ । ଜାତିସଂଘର ମୁଖ୍ୟ ରୁଷର ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନ ଉପରେ ଆକ୍ରମଣ ନକରିବାକୁ ଅନୁରୋଧ କରିଛନ୍ତି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକରେ ୟୁକ୍ରେନକୁ ପ୍ରବେଶ ନକରିବାକୁ ମଧ୍ୟ କହିଛନ୍ତି।

Leave A Reply

Your email address will not be published.