ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଲୁଆ ଆକ୍ରମଣରେ ବନ କର୍ମଚାରୀଙ୍କ ସମେତ ୯ ଆହତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ସଲଙ୍ଗାବୁଡ ଗ୍ରାମରେ ବିଲୁଆ ଆତଙ୍କ । ବିଲୁଆ କାମୁଡାରେ ୯ ଜଣ ଆହତ ହୋଇଛନ୍ତି। ସେଥିରେ ୬ ଜଣ ଗ୍ରାମବାସୀଙ୍କ ସହିତ ୩ଜଣ ବନ କର୍ମଚାରୀ ରହିଛନ୍ତି। ଦୁଇଜଣ ଗ୍ରାମବାସୀଙ୍କ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ ସଲଙ୍ଗାବୁଡ଼ ଗାଁ ଭିତରକୁ ବିଲୁଆ ପଶିଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀମାନେ ଉକ୍ତ ବିଲୁଆକୁ କାବୁ କରିବାକୁ ଯାଇଥିବା ବେଳେ ତିନି ଜଣ ବନ କର୍ମଚାରୀଙ୍କୁ ବିଲୁଆ କାମୁଡି ଆହତ କରିଥିବା ଜଣାପଡ଼ିଛି। ବିଲୁଆକୁ ଧରିବା ପାଇଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀଙ୍କ ସହିତ ରେଞ୍ଜର ଓ ଏସିଏଫ ଉପସ୍ଥିତ ଅଛନ୍ତି। ଏ ନେଇ ସୁନ୍ଦରଗଡ଼ ଡିଏଫଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.