ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିପି ବଢ଼ାଇଲାଣି ନକଲି ବିପି ଔଷଧ : ଲମ୍ବିଛି ଚେର; ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୦।୯(ସମିସ): ନିଦ ହଜାଇ ଦେଲାଣି ନକଲି ମେଡିସିନ। ଦିନ ରାତି କରି କଟକ ଭୁବନେଶ୍ବରରର ବିଭିନ୍ନ ଔଷଧ ଦୋକାନରେ ଚଢ଼ଉ ଚାଲିଛି। ଶନିବାର ମଧ୍ୟ ଉଭୟ ସହରର ୬୦ ଔଷଧ ଦୋକାନରେ ଚଢ଼ଉ ହୋଇଛି। ନକଲି ମେଡ଼ିସିନ୍‍ର ଚେର ବିହାର, କର୍ଣ୍ଣାଟକ ଯାଏ ଲମ୍ବିଥିବାରୁ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଖୁବ୍ ଶୀଘ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଏସ୍‌ଟିଏଫ୍ ନିକଟରେ ଅଭିଯୋଗ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏନେଇ କ୍ରାଇମ୍‍ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ଏସବୁ ପ୍ରତି ଶୂନ ସହନଶୀଳତା ନୀତି ଗ୍ରହଣ କରିଛନ୍ତି।

ନକଲି ଔଷଧ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କିଛି ମାଫିଆ। ତେଣୁ ସରକାର ଏହାର ତଦନ୍ତ କ୍ରାଇମ୍‍ବ୍ରାଞ୍ଚକୁ ଦେଇ ପାରନ୍ତି। ଆମକ୍‍ୁ ତଦନ୍ତ ଭାର ଦିଆଯିବା ପରେ ଏହାର ମୂଳ ପର୍ଯ୍ୟନ୍ତ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରିବୁ।
ରାଜଧାନୀରେ ୨୬ଟି ଦୋକାନରେ ଚଢ଼ଉ କରାଯାଇଛି। ଏହି ନକଲି ମେଡ଼ିସିନ୍‍ ବେଙ୍ଗାଲୁରୁ ଏବଂ ବିହାରରୁ ଆସୁଥିବା ଡ୍ରଗ୍ସ କଣ୍ଟ୍ରୋଲର ଜାଣିବାକୁ ପାଇଛନ୍ତି। ଏଥିସହ ଡ୍ରଗ୍ସ କଣ୍ଟ୍ରୋଲର ଏବଂ ଡ୍ରଗ୍ସ ଇନ୍ସପେକ୍ଟର ଜବତ ମେଡ଼ିସିନ୍‍କୁ ପରୀକ୍ଷା ନିମନ୍ତେ ଲାବ୍ରୋଟରୀକୁ ପଠାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟରେ ଏହି ନକଲି ରାକେଟ୍‍ ପଛରେ ବିହାର ଏବଂ ବେଙ୍ଗାଲୁରୁର ୩ଜଣ ଲୋକଙ୍କ ସମ୍ପୃକ୍ତି ରହିଛି। ଅସଲି ବିପି ମେଡିସିନ୍‍ର ଖୋଳରେ ଏହି ନକଲି ମେଡିସିନ୍‍ ପୁରାଇ ମାର୍କେଟକୁ ଛାଡୁଛନ୍ତି। ଅସଲି ମେଡିସିନ୍‍ ଅପେକ୍ଷା ଏହି ନକଲି ମେଡିସିନ୍‍ର ଦାମ ଶସ୍ତା ରହିଛି। ଯେଉଁଥି ପାଇଁ ଦୋକାନୀମାନେ କମ୍‍ ଦାମରେ ଏହି ନକଲି ମେଡିସିନ୍‍ ନେଇ ଅସଲି ମେଡିସିନ୍‍ ଦାମରେ ବିକ୍ରି କରି ଲକ୍ଷାଧିକ ଟଙ୍କା ଲାଭ ପାଉଛନ୍ତି। ତେଣୁ ଏହି ରାକେଟ୍‍ ପଛରେ ବଡ଼ବଡ଼ ଲୋକଙ୍କ ସମ୍ପୃକ୍ତି ରହିଥିବାରୁ କ୍ରାଇମ୍‍ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଅନେକ ସଂଗଠନ ଦାବୀ କରିଛନ୍ତି।

Leave A Reply

Your email address will not be published.