ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବର, ଅପରାହ୍ନ ୨ଟା ୩୦ ସୁଦ୍ଧା ୪୧.୨ ଡିଗ୍ରୀ ତାପମାତ୍ରା ସହ ପାଲଟିଲା ରାଜ୍ୟରେ ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି।ଭୁବନେଶ୍ବରରେ ଆଜି ଅପରାହ୍ନ ସାଢ଼େ ୨ଟାର ତାପାମାତ୍ରା ୪୧.୨ ଡିଗ୍ରି ରେକର୍ଡ ହୋଇଛି। ଯାହା ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ହୋଇଛି। ଆଜି ଅପରାହ୍ନ ସାଢ଼େ ୨ଟାରେ ସମ୍ବଲପୁରର ତାପମାତ୍ରା ୪୦.୨, ଚାନ୍ଦବାଲିରେ ୪୦ ଓ ଝାରସୁଗୁଡ଼ାରେ ୩୯.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ଗତକାଲି ଭୁବନେଶ୍ୱରେ ୪୦.୮ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ତେବେ ଗତକାଲିର ଏହି ରେକର୍ଡ ଆଜି ଭାଙ୍ଗିଛି ଭୁବନେଶ୍ୱର । କାରଣ ଆଜି ଦିନ ସାଢ଼େ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅପରାହ୍ନ ୨ଟା ୩୦ ସୁଦ୍ଧା ୪୧.୨ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ପାଲଟିଲା ରାଜ୍ୟରେ ଉତ୍ତପ୍ତ ସହର।

ଉପକୂଳ ଓଡ଼ିଶାରେ ଏଭଳି ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ରାଜ୍ୟରେ ତାତି ବୃଦ୍ଧି ପାଇବାର କାରଣ ହେଉଛି ବର୍ଷାର ଅଭାବ । ସାଧାରଣତଃ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ରାଜ୍ୟରେ ଅନୁଭୂତ ହେଉଥିବା କାଳବୈଶାଖୀ ଦିନର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। କିନ୍ତୁ ଏପ୍ରିଲ ମାସରେ କମ୍ ବର୍ଷା ହେବା, ତାତି ବଢ଼ିବାର କାରଣ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ କହିଛନ୍ତି ବର୍ଷାର ଅଭାବ ଦ୍ୱାରା ମାଟିର ଆର୍ଦ୍ରତା ହ୍ରାସ ପାଇଥାଏ । ଦୁଇଦିନ ପୂର୍ବରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇଥିବାରୁ ସେଠାକାର ତାପମାତ୍ରା ସାମାନ୍ୟ କମ୍ ରହିଛି । ହେଲେ ଉପକୂଳ ଓଡ଼ିଶାରେ ବର୍ଷା ନହେବା କାରଣରୁ ତାପମାତ୍ରା ବଢ଼ୁଛି । ଚଳିତ ମାସ ଶେଷ ଯାଏଁ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛନ୍ତି ଶରତ ସାହୁ ।

Leave A Reply

Your email address will not be published.