ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦୦ ଟଙ୍କା ପାଇଁ ଜନ୍ମ କଲା ମାଆକୁ ପିଟିପିଟି ହତ୍ୟା କଲା ନୃଶଂସ ପୁଅ

ମୟୂରଭଞ୍ଜ: ଟଙ୍କା ପାଇଁ ଫିକା ପଡିଛି ରକ୍ତ ସମ୍ପର୍କ । ମାତ୍ର ୧୦୦ଟଙ୍କା ପାଇଁ ନିଜ ଜନ୍ମ କଲା ମାଆକୁ ହତ୍ୟା କଲା ନୃଶଂସ ପୁଅ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଟପଡିଆ ସାହିରେ ଘଟିଛି ଏଭଳି ବୀଭତ୍ସ ହତ୍ୟା । ୧୦୦ଟଙ୍କା ନଦେବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବାର ସୂଚନା ଦେଇଛନ୍ତି ଯଶିପୁର ଥାନା ଆଇଆଇସି। ମୃତକ ଜଣକ ହେଉଛନ୍ତି ଶାଳନ୍ଦୀ ନାଏକ ବୋଲି ଜଣାପଡିଛି। ମା’କୁ ହତ୍ୟା କରିବା ପରେ ପୁଅ ସଜୋର ନାଏକ ଘଟଣାସ୍ଥଳାରୁ ଫେରାର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁସାରେ, ମଦ ପିଇବା ପାଇଁ ମା’ କୁ ୧୦୦ ଟଙ୍କା ମାଗିଥିଲା ପୁଅ। କିନ୍ତୁ ମା’ ଟଙ୍କା ଦେବାକୁ ସିଧା ମନା କରିଦେଇଥିଲେ। ଏହାପରେ ନୃଶଂସ ପୁଅ ରାଗିଯାଇ ଘରେ ଥିବା ଏକ ଠେଙ୍ଗାରେ ମା’ ଙ୍କ ମୁଣ୍ଡକୁ ମାଡ଼ ମାରିବା ପରେ ଟେକି କରି ଚଟାଣରେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ମା’ ଶାଳନ୍ଦୀ ନାଏକଙ୍କ ପ୍ରାଣବାୟୁ ଉଡିଯାଇଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Leave A Reply

Your email address will not be published.