bitcoin
Bitcoin (BTC) 2,353,779.32 2.37%
ethereum
Ethereum (ETH) 158,492.37 2.68%
tether
Tether (USDT) 77.90 0.04%
bnb
BNB (BNB) 24,946.31 1.97%
usd-coin
USD Coin (USDC) 77.97 0.01%
xrp
XRP (XRP) 33.05 2.34%
binance-usd
Binance USD (BUSD) 77.97 0.07%
cardano
Cardano (ADA) 42.25 2.53%
solana
Solana (SOL) 4,083.92 3.89%
dogecoin
Dogecoin (DOGE) 6.72 1.06%

ଗୁଲମୀ ରତ୍ନପଥର ଚୋରାଚାଲାଣ : ବର୍ଷ ବର୍ଷ ଧରି ଚାଲିଛି ଏହି କାରବାର, ଚୋରାଚାଲାଣ ପଛରେ ମାଫିଆ

ଡିଏଫଓଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ବଲାଙ୍ଗିର : ବଲାଙ୍ଗିରରେ ମାଙ୍ଗାନିଜ ପରେ ରତ୍ନପଥରର ଚୋରାଚାଲାଣ । ସଂରକ୍ଷିତ ଜଙ୍ଗଳ ଭିତରେ ସୁଡଙ୍ଗ ଖୋଳି ରତ୍ନପଥର ଚୋରାଚାଲାଣ ହେଉଥିବା ବେଳେ ଶୁକ୍ରବାର ଏକ ଅଘଟଣ ଘଟି ତିନି ଜଣଙ୍କ ମୃତ୍ୟୁ ପରେ ଏବେ ଗୁମର ଖୋଲିଛି। ବର୍ଷ ବର୍ଷ ଧରି ଏହି କାରବାର ଚାଲିଆସୁଥିବା ବେଳେ ବନ ବିଭାଗ କିଭଳି ଜାଣିପାରୁନଥିଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ। ଅଘଟଣ ଘଟିଥିବା ସୁଡଙ୍ଗ ପ୍ରାୟ ୮୦ ରୁ ୯୦ ଫୁଟ ରହିଥିବା କୁହାଯାଉଥିବା ବେଳେ ଶ୍ରମିକ ମାନେ ରତ୍ନପଥର ଖୋଲିବା ପାଇଁ ଭିତରକୁ ଯାଇଥିବା ବେଳେ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା କୁହାଯାଉଛି।

ବଲାଙ୍ଗିର ଓ ନୂଆପଡା ଜିଲ୍ଲା ସୀମାରେ ଥିବା ତିଖାରୀ ସଂରକ୍ଷିତ ଜଙ୍ଗଳରେ ରହିଛି ରତ୍ନପଥରର ସନ୍ଧାନ । ସ୍ଥାନୀୟ କିଛି ମାଫିଆ ବର୍ଷ ବର୍ଷ ହେଲା ବେଆଇନ ଭାବେ ଏହାକୁ ଖୋଳି ଚୋରାଚାଲାଣ କରୁଥିବା ବେଳେ ଏବିଷୟରେ ବନ ବିଭାଗର ଅଧିକାରୀ ମାନେ ଜାଣି ଅଜଣା ସାଜିବା ଅଭିନୟ କରିଆସୁଥିଲେ। ଶୁକ୍ରବାର ଅପରାହ୍ନରେ ହୋଇଥିବା ଏକ ଅଘଟଣ ଏବେ ବନ ବିଭାଗର ମୁଖା ଖୋଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବର୍ଷ ବର୍ଷ ଧରି ଜଙ୍ଗଳ ଭିତରେ ସୁଡଙ୍ଗ ଖୋଳା ଚାଲିଛି। ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧିନସ୍ଥ ଜାଏଁତରା ବିଟରେ ଥିବା ଗୁଲମୀ ଅଞ୍ଚଳରେ ଏହି ଚୋରାଚାଲାଣ ଚାଲିଥିବା ଅଭିଯୋଗ ହୋଇଛି। ଗୁଲମୀକୁ ଲାଗିରହିଥିବା ତିଖାରୀ ସଂରକ୍ଷିତ ଜଙ୍ଗଳ ଭିତରେ ଏହି ସୁଡଙ୍ଗ ଖୋଲାଯାଉଥିବା ଦେଖିବାକୁ ମିଲିଛି। ସୁଡଙ୍ଗ ଗୁଡିକ ୮୦ ରୁ ୯୦ ଫୁଟ ତଳକୁ ଖୋଲି ରତ୍ନପଥର ସଂଗ୍ରହ କରି ତାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଶୁକ୍ରବାର ଅପରାହ୍ନ ସମୟରେ ଏକ ସୁଡଙ୍ଗ ଭିତରକୁ ପାଞ୍ଚ ରୁ ଛଅ ଜଣ ଶ୍ରମିକ ପଶି ରତ୍ନପଥର ସନ୍ଧାନରେ ଥିବା ବେଳେ ସେଠାରେ ଅଣନିଶ୍ୱାସୀ ହୋଇ ଗୁରୁତର ହୋଇପଡିଥିଲେ। ବାହାରେ ଥିବା ଶ୍ରମିକ ମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ସୁଡଙ୍ଗ ଭିତରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି।

ଏହି ଅଘଟଣ ଘଟିବା ପରେ ରତ୍ନପଥରର ଚୋରା କାରବାର ଏବେ ପଦାରେ ପଡିଛି। ଏହି ଚୋରା କାରବାର ପଛରେ କିଛି ମାଫିଆଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ତାଙ୍କର ଇସାରାରେ ସଂରକ୍ଷିତ ଜଙ୍ଗଳ ଭିତରେ ସୁଡଙ୍ଗ ଖୋଲି ଏହି ରତ୍ନପଥର ସଂଗ୍ରହ କରାଯାଉଥିବା ବେଳେ ବନ ବିଭାଗ ଓ ପୁଲିସ ମଧ୍ୟ ଜାଣିଶୁଣୀ ନୀରବ ରହିଥିବା ଚର୍ଚ୍ଚା ହେଉଛି। ଅଘଟଣ ଘଟିଥିବା ଅଞ୍ଚଳଟି ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧିନରେ ଥିବା ବେଳେ ଏହା ଟିଟିଲାଗଡ ପୁଲିସ ଥାନା ଅଞ୍ଚଳରେ ରହିଛି । ଏହା ମାଫିଆ ମାନଙ୍କୁ ସୁଯୋଗ ଦେଉଥିବା ବେଳେ ଟିଟିଲାଗଡ ଓ ଆଖପାଖ ଅଞ୍ଚଳର କିଛି ମାଫିଆ ଏଥିରେ ସଂପୃକ୍ତ ଥିବା ଆଲୋଚନା ହେଉଛି। ପ୍ରଥମତଃ ଜଙ୍ଗଳ ଭିତରେ ସୁଡଙ୍ଗ ଖୋଲାଗଲା କେମିତି ? କିଏ ଖୋଲୁଛି, କାହା ଇସାରାରେ ଶ୍ରମିକ ମାନେ କାମ କରୁଛନ୍ତି ? ଏହିଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୁଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ତଦନ୍ତ କରାଗଲେ ଅନେକ ରହସ୍ୟ ସାମ୍ନାକୁ ଆସିବ। ଏବିଷୟରେ ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କୁ ପଚାରିବାରୁ ସଂରକ୍ଷିତ ଜଙ୍ଗଳ ଭିତରେ ସୁଡଙ୍ଗ ଖୋଲିବା ନେଇ କେହି କେବେ ସୂଚନା ଦେଇନାହାନ୍ତି। ଜଙ୍ଗଳ ଭିତରେ ଖୋଲାଯିବ ବିଭାଗୀୟ ଅଧିକାରୀ ଜାଣିବା ନାହିଁ ତାହା ଅସମ୍ଭବ । ନିଶ୍ଚିତ ଭାବେ କିଛି ଅବହେଲା ରହିଛି। ଏହାର ତଦନ୍ତ ପାଇଁ ଏସିଏଫଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥୀତି ରହିଥିବାରୁ ଉକ୍ତ ଟିମ ଶନିବାର ଯାଇପାରିନାହାନ୍ତି । କିନ୍ତୁ ଟିମ ଜଙ୍ଗଳ ଭିତରକୁ ଯାଇ ଛାନଭିନ କରିବ। ଯାହାର ବି ଭୁଲ ରହିଛି ନିଶ୍ଚିତ ଭାବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏଫଓ ପ୍ରତିକ୍ରୀୟାରେ କହିଛନ୍ତି।

Leave a comment