ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଶା ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଦୁଇ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ନକ୍ସଲମାନେ କାଡେମେଟା କ୍ୟାମ୍ପଠାରୁ ୬୦୦ ମିଟର ଦୂରରୁ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସୈନିକମାନଙ୍କଠାରୁ ନକ୍ସଲମାନେ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ ୱାକି ଟକି ନେଇ ପଳାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ମାଲକାନଗିରି-ଛତିଶଗଡ ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୁଲିସକୁ ଖବର ମିଳିଥିଲା। କଡେନାଡ ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲକୁ ଆଇଟିବିପିର ଯବାନ ମାନେ କମ୍ବିଂ ଅପରେସନ କରିଥିଲେ । ନକ୍ସଲ ମାନେ ଯବାନଙ୍କୁ ଦେଖି ଆଖି ବୁଝା ଗୁଳି ଚାଳନା କରିଥିଲେ। ନକ୍ସଲଙ୍କ ଗୁଳିରେ ଜଣେ ଏସ.ଏସ.ଆଇ ଓ ଅନ୍ୟ ଜଣେ ପ୍ଲାଟୁନ କମାଣ୍ଡର ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ସହିଦ ହୋଇଥିବା ସୈନିକ ଆଇଟିବିପିର ୪୫ତମ ବାଟାଲିୟନର ଇ କମ୍ପାନୀର ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି। କେତେ ମାଓବାଦୀଙ୍କ ଜୀବନ ଯାଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।

ଚାରି ଦିନ ପୂର୍ବେ ନକ୍ସଲ ପ୍ରଭାବିତ ଦାନ୍ତେଓ୍ବାଡା ଜିଲ୍ଲାର ସୁରକ୍ଷା ବାହିନୀ ତିନିଜଣ ନକ୍ସଲଙ୍କୁ ଗିରଫ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ନକ୍ସଲମାନେ ଏହି ଆକ୍ରମଣ କରିଥାଇ ପାରନ୍ତି ବୋଲି ମନେ କରାଯାଉଛି।

Leave A Reply

Your email address will not be published.