ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ପୁଳା ପୁଳା ସମ୍ପତ୍ତି, ଠାବ ହେଲାଣି ୩ଟି କୋଠା ଓ ୧୬ଟି ପ୍ଲଟ ସମେତ ଅମାପ ସମ୍ପତ୍ତି

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ଠାବ ହେଲାଣି ପୁଳା ପୁଳା ସମ୍ପତ୍ତି । ଚଢ଼ଉ ବେଳେ ଭିଜିଲାନ୍ସ ବିଭାଗ ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା ସହ ବିଭିନ୍ନ ସ୍ଥାନରେ ୧୬ଟି ପ୍ଲଟ ଥିବା ଠାବ କରିଛି । ତିନିଟି କୋଠା ମଧ୍ୟରୁ ଗୋଟିଏ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ରହିଛି। ଏହି ଘରଟି ୪ ମହଲା ବିଶିଷ୍ଟ। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। ପୁରୀ ଜିଲ୍ଲା ଗୋପର ସୋରିଷପଦାରେ ମଧ୍ୟ ତାଙ୍କର ଏକ କୋଠା ଠାବ କରାଯାଇଛି। ତିନୋଟି ବହୁତଳ କୋଠା ସହିତ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ।

ସେହିପରି ପ୍ରଫେସର ସୁଦର୍ଶନ ବେହେରାଙ୍କର ବ୍ୟାଙ୍କରେ ୫୦ ଲକ୍ଷ ଜମାରାଶି ରହିଛି । ୩ଟି ଦାମୀ ଚାରି ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ତିନିଟି ଯାକ କାରର ଶେଷ ଚାରିନମ୍ବର ସମାନ ଥିବା ଦେଖିବାକୁ ମିଳିଛି । ସେହିପରି ପୋଷ୍ଟାଲ ଓ ବୀମା ଜମାର ଆକଳନ ଜାରି ରହିଛି । ଆଜି ପୁରୀ, ସମ୍ବଲପୁର ଓ ବଲାଙ୍ଗିରରେ ଥିବା ଅଫିସ ଓ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ।

Leave A Reply

Your email address will not be published.