ରାଜ୍ୟରେ ଖସୁଛି କରୋନା ଗ୍ରାଫ୍; ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୫୭୮ ଜଣ କୋଭିଡ ପଜିଟିଭ୍, ୬୮ ଜଣଙ୍କ ମୃତ୍ଯୁ

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍ ଯାହା ରାଜ୍ୟ ପାଇଁ ଖୁସିର ଖବର । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ଆଉ ୧୫୭୮ ଜଣ ନୂଆ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 30th July
New Positive Cases: 1578
In quarantine: 915
Local contacts: 663(Details of local contacts will be shared by concerned Dist Administration)
District Wise Cases:
1. Angul: 47
2. Balasore: 78
3. Bargarh: 9
4. Bhadrak: 52
5. Balangir: 8— I & PR Department, Odisha (@IPR_Odisha) July 31, 2021
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୬ ଜଣ, କଟକ ୨୧୨ ଜଣ, ଜଗତସିଂହପୁରରୁ ୧୧୩ ଜଣ, ପୁରୀରୁ ୧୦୯ ଜଣ, ବାଲେଶ୍ବରରୁ ୭୮ ଜଣ, ଯାଜପୁରରୁ ୭୭ ଜଣ, ଭଦ୍ରକରୁ ୫୮ ଜଣ,ନୟାଗଡ଼ରୁ ୫୩ ଜଣ, ଅନୁଗୁଳରୁ ୪୭ ଜଣ,ମୟୂରଭଞ୍ଜରୁ ୪୧ ଜଣ,ସୁନ୍ଦରଗଡ଼ରୁ ୨୯ ଜଣ, ଢ଼େଙ୍କାନାଳରୁ ୧୯ ଜଣ,ସମ୍ବଳପୁରରୁ ୧୮ ଜଣ, କନ୍ଧମାଳରୁ ୧୭ ଜଣ,ନବରଙ୍ଗପୁରରୁ ୧୬ ଜଣ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଏଁ,ସୋନପୁରରୁ ୧୨ ଜଣ, ମାଲକାନଗିରିରୁ ୧୧ ଜଣ, ବରଗଡ଼ରୁ ୯ ଜଣ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରୁ ୮ ଜଣ ଲେଖାଏଁ, ବୌଦ୍ଧରୁ ୪ ଜଣ, ଗଞ୍ଜାମ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡିରୁ ଜଣେ ଏବଂ ଷ୍ଟେଟ୍ ପୋଲ୍ରୁ ୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 41
23. Nawarangpur: 16
24. Nayagarh: 53
25. Nuapada: 2
26. Puri: 109
27. Rayagada: 14
28. Sambalpur: 18
29. Sonepur: 12
30. Sundargarh: 29
31. State Pool: 92New recoveries: 1841
Cumulative tested: 16022677
Positive: 977268
Recovered: 954929
Active cases: 16384— I & PR Department, Odisha (@IPR_Odisha) July 31, 2021
ମାତ୍ର ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ଯା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୯୦୨ ଜଣଙ୍କର ମୃତ୍ୟୁ ଘଟିଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୭୭ ହଜାର ୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୬ ହଜାର୩୮୪ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୫୪ ହଜାର ୯୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୫୯୦୨ ଜଣଙ୍କର ମୃତ୍ୟୁ ହୋଇଛି ।