ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ କରି ନିଛାଟିଆ ସ୍ଥାନକୁ ନେଇ ନିସ୍ତୁକ ମାଡ଼

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ନିର୍ବାଚନ ଯେତିକି ପାଖେଇ ଆସୁଛି ଦିନକୁ ଦିନ ଅପରାଧିଙ୍କ କାର୍ଯ୍ୟକଳାପ ବଢି ବଢି ଚାଲିଥିବା ଦେଖିବାକୁ ମିଳିଛି । ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଦୁଇଜଣ ଯୁବକଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଉଠାଇ ନେବା ପରେ ସେମାନଙ୍କୁ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଅଜିତ କୁମାର ସାହୁ ନାମକ ୨୧ବର୍ଷର ଯୁବକ ତାଙ୍କ ସାଙ୍ଗ ନରେନ୍ଦ୍ର ବାରିକଙ୍କ ସହ ଗ୍ରାମରୁ ଏକ ଜରୁରୀ କାର୍ଯ୍ୟରେ ତିନିମୁହାଣୀ ଆସୁଥିବା ବେଳେ ଗୁଲନଗର ଉଚ୍ଚ ବିଦ୍ୟାଳୟ ନିକଟରେ ଗରାପୁର ଅଞ୍ଚଳର ଦୁଇ ଅଭିଯୁକ୍ତ ସେମାନଙ୍କୁ ଅଟକାଇଥିଲେ । ଏହାପରେ ଅଭିଯୁକ୍ତ ଦ୍ବୟ ଅଜିତ ଓ ନରେନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେମାନଙ୍କୁ ତିନିମୁହାଣୀର ବିସ୍କୁଟ ଫାକ୍ଟ୍ରୀ ନିକଟ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଉଭୟ ଅଜିତ ଓ ନରେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାକୁ ଭୟଭୀତ କରିବା ସହ ମରଣାନ୍ତଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଜିତ ତଳେ ପଡିଯିବା ପରେ ଯୁବକଦ୍ୱୟ ତାଙ୍କ ବେକ ଉପରେ ଚଢି ଯାଇ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏଥିସହ ଅଜିତଙ୍କ ନିକଟରେ ଥିବା ନଗଦ ୨ ହଜାର ଟଙ୍କା ଛଡାଇ ନେଇଥିବା ନେଇ ଅଭିଯୋଗ ହୋଇଛି ।

Leave A Reply

Your email address will not be published.