ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲ ଅଧିକାର ଆଇନ ପରିଚାଳନା ଉପରେ କର୍ମଶାଳା; ନୟାଗଡ଼ରେ କ୍ଷେତ୍ର ଅନୁଧ୍ୟାନ କଲେ ବିଭିନ୍ନ ରାଜ୍ୟର ପ୍ରତିନିଧି

ଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନ ପରିଚାଳନା ଉପରେ ଏକ ଦୁଇ ଦିନିଆ ମିଡିଆ କର୍ମଶାଳା ଆୟୋଜନ କରାଯାଇଛି। ସେଣ୍ଟର ଫର୍‍ ସାଇନ୍ସ ଏଣ୍ଡ ଏନଭାଇରନମେଣ୍ଟ ଓ ବସୁନ୍ଧରା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ଦିଗରେ ବ୍ୟାପକ ଆଲୋଚନା କରାଯାଇଛି। ଶୁକ୍ରବାର ଏହି କର୍ମଶାଳାର ଦ୍ୱିତୀୟ ଦିନରେ ଅଂଶଗ୍ରହଣକାରୀମାନେ ନୟାଗଡ଼ ଯାଇ ସେଠାକାର ଲୋକଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କୁ ଜଙ୍ଗଲ ଅଧିକାର ବିଷୟରେ ଆଲୋକପାତ କରାଇଛନ୍ତି। ବିଶେଷ କରି ଜଙ୍ଗଲରେ ରହୁଥିବା ଲୋକମାନଙ୍କ ଅଧିକାର ଓ କେଉଁ କାର୍ଯ୍ୟ କରି ହେବ ଓ କରି ନ ହେବ ସେ ସମ୍ପର୍କରେ ସଚେତନ କରାଯାଇଛି। ମୁଖ୍ୟତଃ ଜଙ୍ଗଲର ଜୈବ ବିବିଦ୍ଧତା ରକ୍ଷା କରି କେମିତି ଅଧିବାସୀମାନେ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରିବେ ତାହା ଉପରେ ସଂଗଠନର ସଦସ୍ୟମାନେ ଗୁରୁତ୍ୱ ଦେଇଛନ୍ତି।

ପ୍ରଥମ ଦିନରେ ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏସଇ ମିଡିଆ ମୁଖ୍ୟ ସୁପୋର୍ଣ୍ଣ ବାନାର୍ଜୀ, ସିଏସଇ ନିର୍ଦ୍ଦେଶିକା ପଦ୍ମଶ୍ରୀ ସୁନିତା ନାରାୟଣନ୍‍ ଏହା ଉପରେ ଅଧିକାର ଓ ସରକାରଙ୍କ ଆଭିମୁଖ୍ୟ ଆଦି ସମ୍ପର୍କରେ ଆଲୋକପାତ କରାଇଥିଲେ। ଡାଉନ ଟୁ ଆର୍ଥର ପରିଚାଳନା ସମ୍ପାଦକ ରିଚାର୍ଡ ମହାପାତ୍ର ଦେଶର ବିଭିନ୍ନ ରାଜ୍ୟରେ କାର୍ଯକାରୀ ହେଉଥିବା ଜଙ୍ଗଲ ଆଇନ ଓ ଏଥିରୁ ଗ୍ରାମବାସୀମାନେ ପାଉଥିବା ଫାଇଦା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କର୍ମଶାଳାରେ ବିଭିନ୍ନ ରାଜ୍ୟର ସାମ୍ୱାଦିକମାନେ ଯୋଗଦେଇ ନିଜ ନିଜ ଅଞ୍ଚଳରେ ହେଉଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଆଳୋକପାତ କରିଥିଲେ। ବସୁନ୍ଧରାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୱାଇ ଗିରିରାଓ ଜଙ୍ଗଲ ପରିଚାଳନା ଆଇନକୁ ବ୍ୟାପକ ଭାବେ ତର୍ଜମା କରିଥିଲେ। ସେହିପରି ସତୀଶ ଗୋଗୁଲୁୱାର ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଓ ଏହାର ଆଇନଗତ ଦିଗ ଉପରେ ମତ ରଖିଥିଲେ।

Leave A Reply

Your email address will not be published.