ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ ହତ୍ୟା ଅଭିଯୋଗ

ବାରିପଦା: ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା ଅଭିଯୋଗ ହୋଇଛି । ରକ୍ତ ସମ୍ପର୍କକୁ ଭୁଲିଯାଇ ମହିଳାଙ୍କ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଲୋମଟାଙ୍କୁରା ଘଟଣା ଜିଲ୍ଲାର ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗାଁରେ ଘଟିଛି। ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ।

Article Bottom (Mobile Only)

ଅଭିଯୋଗ ଅନୁଯାୟୀ, ସମ୍ପର୍କୀୟ ମାନେ ମିନତୀଙ୍କୁ ଡାହାଣୀ ସନ୍ଦେହ କରିଥିଲେ। ଯାହାକୁ ନେଇ ବୁଧବାର ବିଳମ୍ବିତ ରାତିରେ ଭାଇ ଓ ପୁତୁରା ମିଶି ମିନତୀଙ୍କୁ ହତ୍ୟା କରିଥିଲେ। ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.