ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ ଘଟଣା: ନିଜ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନିଜ ଦଳର ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଟିଏମସି ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ବିରୋଧୀ ମମତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ମନ୍ତ୍ରୀ ଅଖିଳ ଗିରିଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କ୍ଷମା ମାଗି କହିଛନ୍ତି ଯେ, ‘ସେ ଜଣେ ବହୁତ ଭଲ ମହିଳା। ମୁଁ ମୋର ବିଧାୟକଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି। ମୁଁ କ୍ଷମା ମାଗୁଛି । ଅଖିଳ ଗିରି ଯାହା କରିଛନ୍ତି ତାହା ଭୁଲ । ଭବିଷ୍ୟତରେ ଯଦି ଏଭଳି ହୁଏ ତେବେ ଦଳ ଆକ୍ସନ୍ ନେବ। ମମତା କହିଛନ୍ତି ଯେ, ଅଖିଲ ଗିରିଙ୍କୁ ଏମିତି ତାତ୍ସଲ୍ୟ କରିବା ଉଚିତ୍‌ ନଥିଲା। ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ ବୋଲି ମମତା କହିଛନ୍ତି। ବ୍ୟକ୍ତିଗତ ମନ୍ତବ୍ୟ ଦେବା ତାଙ୍କ ଦଳର ସଂସ୍କୃତିରେ ନାହିଁ ବୋଲି କହି ସେ କହିଛନ୍ତି ଏବଂ ଅଖିଳ ଗିରିଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ସତର୍କ କରାଯାଇଛି ।

ନନ୍ଦିଗ୍ରାମରେ ଏକ ସଭାକୁ ସମ୍ବୋଧନ ବେଳେ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀ ଶାସକ ଦଳ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ଅଖିଳ ଗିରିଙ୍କୁ ବରଖାସ୍ତ କରିବା ସହ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ ।

Leave A Reply

Your email address will not be published.