ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହିନ୍ଦୋଳରେ ଡ୍ୟୁଟି ବେଳେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାହାଳୁଣ୍ଡା ବୁଥରେ ପୋଲିଂ ଏଜେଣ୍ଟ ଶୁକଦେବ ପଟ୍ଟନାୟକଙ୍କ ମୃତ୍ୟୁ। ହିନ୍ଦୋଳ ବିଧାନସଭା ପାଇଁ ମତଦାନ ଚାଲିଥିଲା ବେଳେ ଅସହ୍ୟ ଖରା ଏବଂ ଗରମ ପାଇଁ ସେ ପ୍ରଥମେ ଅଚେତ୍ ହୋଇ ପଡ଼ିଥିଲେ। ହିନ୍ଦୋଳ ନୁଆବଗ ପଞ୍ଚାୟତ ବାହାକୁଣ୍ଡା ବୁଥ ନମ୍ବର ୧୩୬ରେ କାର୍ଯ୍ୟରତ ଥିଲେ ଶୁକଦେବ ପଟ୍ଟନାୟକ।  ଅଚେତ୍ ହୋଇ ତଳେ ପଡ଼ିବା ପରେ ତାଙ୍କୁ ପ୍ରଥମେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ହିନ୍ଦୋଳ ଉପଖଣ୍ଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି। ତେବେ ବୁଥରେ ମତଦାନ ଜାରି ରହିଛି।

Leave A Reply

Your email address will not be published.