ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫ୍ୟାମିଲି କୋର୍ଟରେ ସମୟ ମାଗିଲେ ବର୍ଷା

ଭୁବନେଶ୍ବର/କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ କଟକ ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହା ସମାଧାନ ହୋଇପାରିନାହିଁ। ଦିନକୁ ଦିନ ଗୋଟିଏ ଟ୍ୱିଷ୍ଟ ଏହି ବିବାଦରେ ଦେଖିବାକୁ ମିଳୁଛି। ଗତ ୧୪ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ଉଭୟଙ୍କୁ ହାଜର ହେବାର ଥିଲେ ମଧ୍ୟ ଏକା ଅନୁଭବ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବର୍ଷା ମଧ୍ୟସ୍ଥତା ପାଇଁ ସମୟ ମାଗିଥିବା ଜଣାପଡ଼ିଛି। ଫଳରେ ଆସନ୍ତା ୧୦ତାରିଖରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଅଦାଲତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟରେ ଆଜି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ବେଳେ ଅନୁଭବ ଗଣମାଧ୍ୟମକୁ କହିଥିଲେ ଯେ ବର୍ଷା ଭଲରେ ଥାଆନ୍ତୁ। ବର୍ଷାଙ୍କୁ ସେ ଭଲପାଇ ବିବାହ କରିଥିଲେ। ପତ୍ନୀ ବର୍ଷାଙ୍କୁ ସେ ବହୁତ ସମ୍ମାନ ଦିଅନ୍ତି ଆଉ ଏହି ସମ୍ମାନ ବି କମିନାହିଁ। ଅଦାଲତଙ୍କୁ ବି ସମ୍ମାନ କରନ୍ତୁ ବୋଲି ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରକାଶଥାଉକି ଗତ ୯ତାରିଖ ଉଭୟ ପ୍ରଥମ ଥର ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ।

Leave A Reply

Your email address will not be published.