ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୧୮୨ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୮୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୫୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୨୪ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୧୧୧ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୧୦ ସଂକ୍ରମିତ ।

ଅନୁଗୁଳରୁ 89 , ବାଲେଶ୍ୱରରୁ 161 , ବରଗଡ଼ 15 , ଭଦ୍ରକ 76 , ବଲାଙ୍ଗୀର 4 , ବୌଦ୍ଧ ୬ , କଟକ ୩୦୮ , ଦେବଗଡ଼ ୧ , ଢେଙ୍କାନାଳ ୭୦ , ଗଜପତି ୪ , ଗଞ୍ଜାମ ୩ , ଜଗତସିଂହପୁର ୮୭ , ଯାଜପୁର ୧୭୫ , ଝାରସୁଗୁଡ଼ା ୯ , କଳାହାଣ୍ଡି ୧୩ , କନ୍ଧମାଳ ୧୪ , କେନ୍ଦ୍ରାପଡ଼ା ୫୫ , କେନ୍ଦୁଝର ୪୪ , କୋରାପୁଟ ୨୮ , ମାଲକାନଗିରି ୨୫ , ମୟୂରଭଞ୍ଜ ୯୨ , ନବରଙ୍ଗପୁର ୧୬ , ନୟାଗଡ଼ ୭୫ , ନୂଆପଡ଼ା ୨ , ପୁରୀ ୯୪ , ରାୟଗଡ଼ା ୨୨ , ସମ୍ୱଲପୁର ୨୪ , ସୋନପୁର ୧୩ , ସୁନ୍ଦରଗଡ଼ ୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications