ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନ ମାଣପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। କମାଳଙ୍ଗ ଇଟାଭାଟିରେ କାର୍ଯ୍ୟ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଇଟାଭାଟି କାର୍ଯ୍ୟ ସାରି ଘରେ ଶୋଇଥିବା ବେଳେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ ଘଟିଥିବା ଜଣାପଡ଼ିଛି। ଏଥିସହ ଆଉ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତର କରା ଯାଇଛି। ତିନି ଜଣ ଅନୁଗୁଳ ଜିଲ୍ଲାର ଶ୍ରମିକ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.