ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରାହା ଫାସରେ ପଡି ଦୁଇ ନାବାଳକଙ୍କ ମୃତ୍ୟୁ

ଉଲୁଣ୍ଡା: ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟରେ ବାରହା ଫାସରେ ପଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଛି । ନିଜ ବିଲ ନିକଟସ୍ଥ ଜଙ୍ଗଲକୁ ଛେଳି ଖୋଜିବାକୁ ଯାଇ ବିଦ୍ୟୁତ ସଂଯୁକ୍ତ ହୋଇଥିବା ବାରହା ଫାଶରେ ପଡି ଯାଇଥିଲେ । ବାପା ଗୁରୁତର ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ହୋଇଥିବା ନାବାଳକ ଦ୍ବୟ ହେଲେ ନବୀନ ଡୁଙ୍ଗଡୁଙ୍ଗ ପୁଅ ଜିତ ଡୁଙ୍ଗଡୁଙ୍ଗ(୧୪) ଏବଂ ଜିତଙ୍କ ସଂପର୍କୀୟ ଭାଇ ରମେଶ ବୋଡ(୧୪) । ଉଲୁଣ୍ଡା ଡାକ୍ତରଖାନାରେ ନବୀନ ଡୁଙ୍ଗଡୁଙ୍ଗଙ୍କ ଚିକିତ୍ସା ଜାରି ରହିଛି । ତେବେ ଉଲୁଣ୍ଡା ପୁଲିସ୍ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.