ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମସଜିଦରେ ଦୁଇ ଗୋଷ୍ଠୀ ମାର୍‌ପିଟ୍

ନନ୍ଦନକାନନ : ଚନ୍ଦ୍ରଶେଖରପୁର ଥାନା ହରେକୃଷ୍ଣ ବସ୍ତିରେ ନମାଜ ପଢ଼ିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏ ନେଇ ଚନ୍ଦ୍ରଶେଖର ଥାନା ରେ ୨୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ପୁଲିସ ସୂଚନାନୁସାରେ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍ ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ହରେକୃଷ୍ଣ ନଗର ବସ୍ତି ମସଜିଦରେ ନମାଜ ପାଠ ସମୟରେ ଏଭଳି ଘଟଣା ସୃଷ୍ଟି ହୋଇଥିଲା। ବସ୍ତିରେ ରହୁଥିବା ଏସ କେ ରାଜୁଙ୍କ ଅଭିଯୋଗ ଅନୁସାରେ ସେ ଓ ଅନ୍ୟ ଚାରି ଜଣ ଗତକାଲି ମଧ୍ୟାହ୍ନରେ ବସ୍ତିରେ ଥିବା ମସଜିଦରେ କୋଭିଡ୍ ନିୟମ ଅନୁସାରେ ୫ ଜଣ ନମାଜ ପାଠ କରୁଥିଲେ।

ଏହି ସମୟରେ ସେହି ବସ୍ତିର ମହମ୍ମଦ ମହସୀନ ସମେତ ଆଉ ୧୨ ଜଣ ମସଜିଦରେ ନମାଜ ପଢିବାକୁ ଯାଇଥିଲେ। ଏହା କୋଭିଚ୍‌ ନିୟମକୁ ଉଲ୍ଲଘନ ଢିବାକୁ ବାରଣ କରିଥିଲା। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଗଣ୍ଡଗୋଳ ହୋଇଥିଲା | ଗଣ୍ଡଗୋଳ ବଢ଼ି ଉଭୟ ମାର୍‌ପିଟ ହୋଇଥିଲେ। ତେବେ ମହମଦ ମହସୀନ ପକ୍ଷରୁ ମଧ୍ୟ ଚଉଦ ଜଣଙ୍କ ନାମରେ ଗଣ୍ଡଗୋଳ କରିଥିବାନେଇ ପାଲଟା ଅଭିଯୋଗ ହେଉଛି ବୋଲି ରାକୁ ସେମାନଙ୍କୁ ହୋଇଛି । ମାର୍‌ପିଟରେ ଉଭୟ ପକ୍ଷର କିଛି ଲୋକ ସାମାନ୍ୟ ଆହତ ହେଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ଉଭୟ ପକ୍ଷକୁ ଡାକି ତଦନ୍ତ ଜାରିରଖୁଛି।

Leave A Reply

Your email address will not be published.