ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୁଳସୀ ସ୍ଥାପନା ସମ୍ପର୍କରେ ଶୁଭ-ଅଶୁଭ

ସନାତନ ସଂସ୍କୃତିରେ ତୁଳସୀ ପୂଜନର ମହତ୍ତ୍ବ ଅନେକ। ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିଛି। ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିବାର ବିଧି ରହିଛି। ତେବେ ତୁଳସୀଗଛ କିମ୍ବା ତୁଳସୀ ଚଉରାକୁ କେଉଁଠି ଓ କେମିତି ସ୍ଥାପନା କରାଯିବ, ସେ ସମ୍ପର୍କରେ ଅନେକ ନିୟମ ରହିଛି। ଏଥିରେ ବ୍ୟତିକ୍ରମ ଘଟିଲେ ଅଶୁଭ ପରିମାଣ ମିଳିଥାଏ। ତେବେ କେଉଁ କେଉଁ ସ୍ଥାନରେ ତୁଳସୀ ଗଛ ସ୍ଥାପନା କରାଯିବା ପାଇଁ ବାରଣ ରହିଛି …

ଜାତକରେ ବୁଧ ଗ୍ରହ ଖରାପଥିଲେ ଛାତ ଉପରେ ତୁଳସୀ ଗଛ ରଖନ୍ତୁ ନାହିଁ।

-ଦକ୍ଷିଣ ଦିଗରେ ତୁଳସୀଗଛ ଲଗାଇବା ଉଚିତ ନୁହେଁ।

-ତୁଳସୀ ଗଛ ନିକଟରେ ଅନ୍ୟ କୌଣସି ଗଛ କିମ୍ବା ଲତାଜାତୀୟ ଗଛ ଲଗାଇବା ଉଚିତ ନୁହେଁ।

-ଘର ଅଗଣାରେ ତୁଳସୀ ଗଛଥିଲେ, ସେଠାରେ ଜୋତା, ଚପଲ ଓ ଛାଞ୍ଚୁଣି ଆଦି ରଖନ୍ତୁ ନାହିଁ।

-ତୁଳସୀ ଗଛକୁ ରାତିରେ ପାଣି ଦିଅନ୍ତୁ ନାହିଁ।

ଯଦି ବାଲ୍‌କୋନିରେ ତୁଳସୀ ଗଛ ରଖିଛନ୍ତି, ତେବେ ସେଠାରେ କେଶ କୁଣ୍ଡାନ୍ତୁ ନାହିଁ। ତୁଳସୀ ଗଛ ଉପରେ କେଶ ଉଡ଼ି ପଡ଼ିବା ଅଶୁଭ ହୋଇଥାଏ।

Leave A Reply

Your email address will not be published.