ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଇକକୁ ଧକ୍କା ଦେଲା ଟ୍ରକ: ୩ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ସାବରଙ୍ଗ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି  ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ଯୁ ଘଟିଛି। ମୃତକମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ  ।ଘଟଣାସ୍ଥଳରେ ଜଣେ ଓ ହସ୍ପିଟାଲରେ ଆଉ ୨ ଜଣ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ନିକଟରେ ବାଇକକୁ ପିଟି ଦେଇଥିଲା ଟ୍ରକ୍। ବାଇକ୍ ଆରୋହୀ ଅନ୍ୟତ୍ର ଛିଟିକି ପଡିଥିଲେ। ଦୁର୍ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲି ଯାଇଥିଲା। ହସ୍ପିଟାଲରେ ଆଉ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.