ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାୟିତ୍ବରେ ଅବହେଳା ପାଇଁ ଏଏସଆଇ ନିଲମ୍ବିତ ସବ ଇନି୍ସପେକ୍ଟରଙ୍କ ବଦଳି

ବାରିପଦା: ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ସବ ଇନ୍ସିପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ।
ଏସପି ଶ୍ରୀ ଗଙ୍ଗାଧର ଅଚାନକ ଭଞ୍ଜପୁର ଥାନା ପରିଦର୍ଶନରେ ଆସିଥିବା ବେଳେ ଉପରୋକ୍ତ ୨ଜଣ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଜାଣିବାକୁ ପାଇଥିଲେ । ଏଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.