ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୮- ୧୦- ୨୦୨୧ )

ମେଷ : ଦିନଟି ବ୍ୟସ୍ତତା ଭିତରେ କଟିବ। ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ। ଚାକିରିରେ ସହଯୋଗ ପାଇବେ । ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳତା ପାଇବେ | ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି

ବୃଷ : ସମାଜରେ ପ୍ରତିଷ୍ଠିତ ହେବେ ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ। ପରିବହନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ମିଥୁନ : କର୍ମକ୍ଷେତ୍ରରେ ମନ୍ଥରତା ରହିବ। ଚାକିରିରେ କାର୍ଯ୍ୟ ବହୁଳତା ରହିବ। ମହିଳାମାନେ ଅସ୍ଥିରମନା ରହିବେ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ବିବ୍ରତ ରହିବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

କର୍କଟ : ଦିନଟି ସୁଖ ଶାନ୍ତି ଭିତରେ କଟିବ। ମହିଳାମାନେ ଖୁସିରେ ରହିବେ। ଚାକିରିରେ ପ୍ରଶଂସିତ ହେବେ । ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ –୯, ଶୁଭ ରଙ୍ଗ – କମଳା

ଏଥିସହିତ ପଢ଼ନ୍ତୁ

ସିଂହ : ବହୁ ପରିଶ୍ରମ କରି ଆଗେଇ ଚାଲିବେ। ରାଜନୀତିରେ ଚଳଚଞ୍ଚଳ ରହିବେ । ଚାକିରିରେ ଦାୟିତ୍ବବୋଧ ରହିବ | ବାଣିଜ୍ୟରେ ସ୍ବଳ୍ପ ଆୟ ହେବ । ଶିକ୍ଷାର୍ଥୀମାନେ କର୍ତ୍ତବ୍ୟନିଷ୍ଠ ରହିବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କନ୍ୟା : ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ପ୍ରଶାସନିକ ଉଚ୍ଚସମ୍ମାନ ପ୍ରାପ୍ତି ହେବ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଫଳ ପାଇବେ। ଶୁଭ ଅଙ୍କ – ୪, ଶୁଭ ରଙ୍ଗ –ମେଟାଲିକ୍

ତୁଳା : ପୁରାତନ ସମସ୍ୟାରୁ ମୁକ୍ତି ପାଇବେ । ଚାକିରିରେ ମାନ ମର୍ଯ୍ୟାଦା ବୃଦ୍ଧି ହେବ । ମହିଳାମାନେ ଆଦର ସମ୍ମାନ ପାଇବେ। ବାଣିଜ୍ୟ ସମୃଦ୍ଧି ରହିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

ବିଛା : ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ । ଧର୍ମାଦି କାର୍ଯ୍ୟରେ ବ୍ୟୟ କରି ଅଭାବରେ ପଡିବେ । ବାଣିଜ୍ୟରେ ସମସ୍ୟା ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ଧନୁ : କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ । ସାଂସାରିକ ଆଶନ୍ତି ଦେଖାଦେବ । ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାଣିଜ୍ୟ ହାନି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ଧଳା

ମକର : କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ମହିଳାମାନେ ସୁଖୀ ହେବେ । ପ୍ରଶାସନିକ ସୁନାମ ପାଇବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ଆଶାନୁରୂପ ଫଳ ପାଇବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

କୁମ୍ଭ : ଦିନଟି କର୍ମତତ୍ପର ରହିବେ। ସାଂସାରିକ ଦୃଢ଼ମନା ରହିବେ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାପର ରହିବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

ମୀନ : କର୍ମକ୍ଷେତ୍ରରେ ଅସହଯୋଗ ରହିବ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ଚାକିରିରେ ଚାପ ରହିବ। ବାଣିଜ୍ୟ ମାନ୍ଦା ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ –୩, ଶୁଭ ରଙ୍ଗ – ହଳଦିଆ

Leave A Reply

Your email address will not be published.