ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେବେ ୯୪ ଲକ୍ଷ ୪୮ ହଜାର ଭୋଟର୍, ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର ରହିଛି। ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍ ରହିଛନ୍ତି। ୨୧% ଯୁବ ଭୋଟର୍ ରହିଛନ୍ତି। ଅନ୍ୟପକ୍ଷରେ, ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର୍ ଘରୁ ମତଦାନ କରିଛନ୍ତି।

ମୋଟ ସାଂସଦ ପ୍ରାର୍ଥୀ ହେଲେ ୬୪ ଏବଂ ୩୮୩ ବିଧାୟକ ପ୍ରାର୍ଥୀ ରହିଛନ୍ତି। ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧। ୨ ହଜାର ମଡେଲ ବୁଥ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି। ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର ଆରମ୍ଭ ହେବ। ସବୁ ହୋଟେଲ ଓ ଗେଷ୍ଟ ହାଉସ ଯାଞ୍ଚ ହେବ। ଯେଭଳି କେହି ବାହାରଲୋର ରହିବେନି। ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ଅଧିକ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି।

Leave A Reply

Your email address will not be published.