ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବର ସବୁଠୁ ରହସ୍ୟମୟ ପେଣ୍ଟିଂ ‘ମୋନାଲିସା’

ପ୍ରଖ୍ୟାତ ଚିତ୍ରକର ଲିଓନାର୍ଡୋ ଦା ଭିନ୍‌ସିଙ୍କ ଏକ ଅତୁଳନୀୟ କୃତି ହେଲା ‘ମୋନାଲିସା’। ଏଥିରେ ଅନେକ ରହସ୍ୟ ଲୁଚି ରହିଛି ବୋଲି କୁହାଯାଏ। ଗିନିଜ୍‌ ୱାର୍ଲଡ୍‌ ରେକର୍ଡ ଅନୁସାରେ, ବିଶ୍ବର ସବୁଠୁ ମହଙ୍ଗା ପେଣ୍ଟିଂ ‘ମୋନାଲିସା’ । ୧୯୬୨ରେ ଏହାର ଦାମ୍‌ ପାଖାପାଖି ୧୦୦ ମିଲିଅନ୍‌ ଡଲାର ବୋଲି ଅନୁମାନ କରାଯାଇଥିଲା। ଫ୍ରାନ୍ସର ଲୁଭର୍‌ ମ୍ୟୁଜିୟମ୍‌ରେ ଏହାକୁ ଏବେ ରଖାଯାଇଛି। ଲିଓନାର୍ଡୋ ଦା’ ଭିନ୍‌ସି ୧୫୦୭ ମସିହାରେ ଏହି ପେଣ୍ଟିଂକୁ ତିଆରି କରିବା ଆରମ୍ଭ କଲେ। ତେବେ ପେଣ୍ଟିଂଟି ୧୫୧୭ ମସିହା ବେଳକୁ ସମ୍ପୂର୍ଣ୍ଣ ହୋଇଥିବାର ଆକଳନ କରାଯାଏ।  ତେବେ ୫ଶହ ବର୍ଷ ପରେ ବି ପେଣ୍ଟିଂରେ ମଳିନତା ଦେଖିବାକୁ ମିଳେନି। ଏଥିରୁ ପେଣ୍ଟିଂ କାହିଁକି ଅନ୍ୟ ପେଣ୍ଟିଂଠାରୁ ଭିନ୍ନ ଥିଲା ତାହା ସହଜରେ ଅନୁମାନ କରାଯାଇପାରେ। ଦା’ ଭିନ୍‌ସିଙ୍କୁ ଅଧିକ ସମୟ ମୋନାଲିସାର ଓଠ ତିଆରି କରିବା ପାଇଁ ଲାଗିଥିଲା। କଳାଜଗତକୁ ‘ମୋନାଲିସା’ ଦା’ ଭିନ୍‌ସିଙ୍କ ସର୍ବଶ୍ରେଷ୍ଠ ଉପହାର ବୋଲି କୁହାଯାଏ। ‘ମୋନାଲିସା’ ଚିତ୍ରରେ ଥିବା ମହିଳା ଜଣକ ପ୍ରକୃତରେ କିଏ, ସେ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥାଏ। କିଏ କହେ ଦା’ ଭିନ୍‌ସି ନିଜକୁ ମହିଳା ରୂପରେ ଆଙ୍କିଛନ୍ତି ତ ଆଉ କିଏ କହେ ଏହା ତାଙ୍କ ମାଆଙ୍କ ଛବି । ତେବେ ପେଣ୍ଟିଂରେ ଥିବା ମହିଳା ଜଣକ ଲିଜା ଘିରାର୍ଦିନି ବୋଲି ଅନେକ ଲୋକ କୁହନ୍ତି। ଲିଜା ଜଣେ କପଡ଼ା ବେପାରୀ ଫ୍ରାନ୍ସେସ୍କୋ ଡେଲ୍‌ ଜିଓକୋଣ୍ଡୋଙ୍କର ପତ୍ନୀ। ଦ୍ୱିତୀୟ ପିଲା ଆସିବାର ଖୁସିରେ ଜିଓକୋଣ୍ଡୋ ତାଙ୍କ ବନ୍ଧୁ ଲିଓନାର୍ଡୋଙ୍କୁ କହି ଏହି ପେଣ୍ଟିଂ ବନାଇଥିଲେ ବୋଲି କୁହାଯାଏ। ପେଣ୍ଟିଂର ତିଆରି ଶୈଳୀ ପାଇଁ ଏହା ବେଶ୍‌ ଚର୍ଚ୍ଚିତ। ବିଭିନ୍ନ ଆଙ୍ଗଲ୍‌ରୁ ଦେଖିଲେ ଏହି ଚିତ୍ର ଅଲଗା ଅଲଗା ରୂପରେ ଦେଖାଯାଇଥାଏ। ପେଣ୍ଟିଂର ସବୁଠାରୁ ବଡ଼ ରହସ୍ୟ ହେଲା ଫଟୋରେ ଅଙ୍କା ଯାଇଥିବା ମହିଳାଙ୍କର ହସ। କାହାକୁ ପେଣ୍ଟିଂରେ ଥିବା ମହିଳା ହସୁଥିବା ଭଳି ମନେ ହୁଅନ୍ତି ତ’ ଆଉ କାହାକୁ ସେ କାନ୍ଦୁଥିବା ପରି ପ୍ରତୀୟମାନ ହୁଅନ୍ତି। ପୁଣି ଆଉ କାହାକୁ ସେ ଅତ୍ୟନ୍ତ ଶାନ୍ତ ରୂପରେ ଥିବା ଭଳି ଦେଖାଯାଆନ୍ତି। ତେବେ ଜିଓକୋଣ୍ଡୋଙ୍କ ପତ୍ନୀ ଗର୍ଭବତୀ ଥିବା ସମୟରେ ଏହି ପେଣ୍ଟିଂ ଅଙ୍କାଯାଇଥିଲା, ସେଥିପାଇଁ ତାଙ୍କ ହସ ଏମିତି ଥିଲା ବୋଲି ଲୋକେ କହନ୍ତି। ଏହି ପେଣ୍ଟିଂ ଯେଉଁ ସମୟରେ ଅଙ୍କାଯାଇଥିଲା ସେହି ସମୟରେ ମହିଳାମାନଙ୍କୁ ଭ୍ରୁଲତା ରଖିବାକୁ ମନା କରାଯାଉଥିଲା। ସେଥିପାଇଁ ପେଣ୍ଟିଂରେ ମଧ୍ୟ ମହିଳାଙ୍କ ଭ୍ରୁଲତା ନାହିଁ। ଏହି ପେଣ୍ଟିଂଟି  ଫ୍ରାନ୍ସର ଶାସକ ନେପୋଲିୟନ୍‌ ବୋନାପାର୍ଟଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏଥିପାଇଁ ସେ ଏହାକୁ ନିଜ ରାଜପ୍ରାସାଦର ଏକ ବିଶେଷ ସ୍ଥାନରେ ଟାଙ୍ଗିଥିଲେ।

Leave A Reply

Your email address will not be published.