ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କ ପାଟିରେ ଗାମୁଛା ବାନ୍ଧି ପିଟିଲେ ଦୁର୍ବୁତ୍ତ

ଭୁବନେଶ୍ୱର : ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବମିଖାଲ କେନାଲ ରୋଡ୍‍ ସାଇବିହାରରେ ରହୁଥିବା କୃଷ୍ଣ ବେହେରା(୫୫)। ତା’ ନିକଟରୁ ପୁଲିସ ଏକ ଲୁହାଛଡ଼ ଜବତ କରିଛି। ଏହି ମାମଲାରେ କୃଷ୍ଣଙ୍କ ସହଯୋଗୀକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଅଭିଯୋଗ ଅନୁସାରେ, ଗତ ୧୯ ତାରିଖ ରାତିରେ ଅଭିଯୋଗକାରୀ ବାହାରକୁ ଯାଇଥିଲେ। ଏହି ସମୟରେ କୃଷ୍ଣ ଏବଂ ତାର ସହଯୋଗୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ମହିଳା ଜଣଙ୍କ ବିରୋଧ କରିବାରୁ ପାଟିରେ ଗାମୁଛା ବାନ୍ଧି ନିଛାଟିଆ ସ୍ଥାନରେ ଲୁହାଛଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ।

Leave A Reply

Your email address will not be published.