ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅସହ୍ୟ ଗୁଳୁଗୁଳିରେ ସିଝୁଛି ଓଡ଼ିଶା

ଭୁବନେଶ୍ୱର: ବାୟୁ ମଣ୍ଡଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ଗୁଳୁଗୁଳି ହେଉଛି। ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବିଶେଷ ଅଧିକ ରହୁନାହିଁ। ମାତ୍ର ଆର୍ଦ୍ରତା ଅଧିକ ଯୋଗୁଁ ରହୁଥିବା ତାପମାତ୍ରାଠାରୁ ୨-୩ ଡିଗ୍ରୀ ଅଧିକ ଭଳି ସ୍ଥିତି ଅନୁଭୂତ ହେଉଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ସକାଳ ୯ ଟା ପରଠାରୁ ରାଜଧାନୀ ଭୁବନେଶ୍ୱର ସହରରେ ଆର୍ଦ୍ରତା କ୍ରମାଗତ ଭାବେ ୫୦ ପ୍ରତିଶତରୁ ଅଧିକ ରହୁଥିବାରୁ, ଗୁଳୁଗୁଳି ଅଧିକ ଅନୁଭୂତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ୭୩ ପ୍ରତିଶତ ପର୍ଯ୍ୟନ୍ତ ଯାଇଥିବାରୁ ରାଜଧାନୀବାସୀ ପ୍ରବଳ ଗୁଳୁଗୁଳିରେ ହନ୍ତସନ୍ତ ହୋଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଉଚ୍ଚ ଆର୍ଦ୍ରତା ମଣିଷ ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହା କମ୍‍ ଶକ୍ତି ଏବଂ ଅଳସୁଆମୀ ଅନୁଭବକୁ ବୃଦ୍ଧି କରାଏ। ସେହିପରି ଏହି ସ୍ଥିତି ହାଇପରଥର୍ମିଆ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଏହାଦ୍ୱାରା ଶରୀରର ଉତ୍ତାପକୁ ନିର୍ଗତ କରିବାରେ ଅକ୍ଷମତା ହେତୁ ଶରୀରର ଉତ୍ତାପ ବୃଦ୍ଧି ହୋଇପାରେ ବୋଲି କେନ୍ଦ୍ର କହିଛି। ରାଜ୍ୟକୁ କ୍ରମାଗତ ଭାବେ ଜଳୀୟ ବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଥିବାରୁ ଏହି ସ୍ଥିତି ଲାଗି ରହିଥିବା ଜଣାପଡ଼ିଛି।

ଅନ୍ୟପଟେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ସେହିପରି ଦୁଇ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବିଶେଷ ସ୍ଥିତି ଉପୁଜିବ ନାହିଁ। କାଁ ଭାଁ ଅଞ୍ଚଳରେ କାଳବୈଶାଖୀ ହେବାକୁ ଥିବା ବେଳେ ସୋମବାରଠାରୁ ପୁଣି କାଳବୈଶାଖୀ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ସୁଦୃଶ୍ୟ-ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମାର୍ତ୍ତାବନ-ଉପକୂଳ ଏବଂ ତତସଂଲଗ୍ନ ମିଆଁମାର ଅଞ୍ଚଳରେ ଅବପାତର ପରିଣତ ହୋଇଛି। ଏହା ବର୍ତ୍ତମାନ ମିଆଁମାରଠାରୁ ଦକ୍ଷିଣପଶ୍ଚିମ ଦିଗରେ ୪୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହି ଅବପାତଟି ଉତ୍ତରପୂର୍ବ ଦିଗରେ ଗତିକରି ମିଅାଁମାର ଉପକୂଳକୁ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.